www.samajalive.in
Saturday, December 6, 2025
26.1 C
Bhubaneswar

ହିନ୍ଦୀ ସ୍ଲୋଗାନ ପ୍ରତିଯୋଗିତା 

ହରଭଙ୍ଗା  : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅନୁକୁକୁଲ୍ୟରେ ଜାତୀୟ ଯୁବ ସ୍ବେଛାସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ହିନ୍ଦୀ ପଖୱାଡା ଅବସରରେ ଶିକ୍ଷକ ସଞ୍ଜିତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଯୁବକ ମାନଙ୍କୁ ନେଇ ହିନ୍ଦୀ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରଙ୍ଗ ପଂଚାୟତର ସମିତି ସଭ୍ୟା କମଳିନୀ ବଘାର, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ସାହୁ, ଶିକ୍ଷକ ଶୁଭେନ୍ଦୁ ମଲ୍ଲିକ ଯୋଗ ଦେଇଥିଲେ ।
ଉକ୍ତ କାର୍ୟ୍ୟକ୍ରମରେ ହିନ୍ଦୀ ପଖୱାଡ଼ା ଉପରେ ଏକ ଆଲୋଚନା ହୋଇଥିଲା । ତତସହିତ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ କରାଯାଇଥିଲା । ଏହି ପ୍ରତିଯୋଗୀତା ୪୦ ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ । ସେଥି ମଧ୍ୟରୁ କୃତକାର୍ୟ୍ୟ ହୋଇଥିବା ବିଜେତା ମଧ୍ୟରେ ଯସଶ୍ୱିନୀ ପ୍ରଧାନ ପ୍ରଥମ , ସନ୍ଧ୍ୟାରାଣୀ ବାରିକ ଦ୍ୱିତୀୟ , ବିଦୁସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରତିଯୋଗୀ ସୂର୍ୟ୍ୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories