www.samajalive.in
Saturday, December 6, 2025
23.1 C
Bhubaneswar

ପତିପତ୍ନୀଙ୍କୁ କିଡ୍‌ନୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ୨ବର୍ଷ ହେଲା ଙ୍କୁ ମିଳୁନି ସରକାରୀ ସହାୟତା

ହରଭଙ୍ଗା: ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକରେ ପ୍ରାୟ ୨/୩ ଦିନରେ ଜଣେ ଜଣେ କିଡନୀ ରୋଗୀଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକରେ ଗତ ୫ବର୍ଷ ମଧ୍ୟରେ ପାଖାପାଖି ୨ଶହଜଣ କିଡନୀ ରୋଗୀଙ୍କ ମୃତ୍ୟୂ ଘଟିଛି। ବର୍ତ୍ତମାନ ବ୍ଲକରେ ଆହୁରି ୨୩୮ଜଣ କିଡନୀରେ ପୀଡ଼ିତ ଥିବା ସୂଚନା ମିଳିଛି। ଫଳରେ ସତେ ଯେମିତି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଏବେ କିଡନୀ ରୋଗୀଙ୍କ ନୂଆ ଠିକଣା ପାଲଟିଛି ବୋଲି କୁହାଯାଉଛି।
ଏହି ତାଲିକାରେ ହରଭଙ୍ଗା ପଞ୍ଚାୟତ ଭେଜିଗୁଡା ପାତ୍ରପଡା ସାହିର ବାସିନ୍ଦା ବଳଭଦ୍ର ସେଠି ଏବଂ ତାଙ୍କ ପତ୍ନୀ ସମ୍ବାରୀ ସେଠୀ ଦୁହେଁ ଦୀର୍ଘ ୨ବର୍ଷହେଲା କିଡନୀରେ ରୋଗରେ ପୀଡ଼ିତ ଥିବା ଜଣାପଡିଛି। ଅର୍ଥାଭାବରୁ ଦୁହେଁ ଚିକିତ୍ସା ନ ପାଇ ଘରେ ପଡିରହି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି।
ଦାରିଦ୍ର୍ୟ ସୀମାରେଖା ତଳେ ବସବାସକରୁଥିବା ବଳଭଦ୍ର ସେଠୀ ଜଣେ ଖଟିଖିଆ ଦିନମଜୁରୀଆ। ପରିବାର କହିଲେ ପତ୍ନୀ ସମ୍ବାରୀ ଏବଂ ୪ଝିଅ ଏବଂ ଏକମାତ୍ର ପୁଅକୁ ନେଇ ତାଙ୍କ ପରିବାର। ମୁଣ୍ଡଝାଳ ତୁଣ୍ଡରେ ମାରି ହସ ଖୁସିରେ ଦୁଃଖେ କଷ୍ଟେ ଚଳୁଥିବା ସଂସାରର ମୁଖିଆ ବଳଭଦ୍ର ସେଠୀ ଦୁଇବର୍ଷତଳେ କିଡନୀରେ ଆକ୍ରାନ୍ତଥିବା ଜଣାପଡିଥିଲା। ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଧାର କରଜ କରି ମୂଲ, ମଜୁରୀ କରି ବଳଭଦ୍ରଙ୍କ ଚିକିତ୍ସାରେ ସର୍ବସ୍ୱାନ୍ତ ହୋଇଗଲେ। ଏହାର କିଛିମାସ ପରେ ବଳଭଦ୍ରଙ୍କ ପତ୍ନୀ ସମ୍ବାରୀ ମଧ୍ୟ କିଡନୀ ରୋଗରେ ପିଡୀତ ପରେ ପରିବାର ଦୁଃଖ କହିଲେ ନ ସରେ। ବଞ୍ଚିବା ପାଇଁ ପ୍ରତି ସପ୍ତାହରେ ଦୁହିଁଙ୍କ ଡାଏଲସିସ୍ ଆବଶ୍ୟକୀୟ ପଡୁଥିବାବେଳେ ପ୍ରତି ସପ୍ତାହରେ ଗାଡି ଖର୍ଚ୍ଚ କରି ମେଡିକାଲ ପହଞ୍ଚିବା ପାଇଁ ସେମାନଙ୍କ ପାଖେ ସମ୍ବଳ ନାହିଁ। ଏଭଳି ପରିସ୍ଥିତିରେ ବାପା, ମାଆ ଦୁହିଁଙ୍କ ସଙ୍କଟାପନ୍ନ ଅବସ୍ଥା ଘରେ ବଢିଲା ୩ଝିଅ ଏବଂ ପୁଅଙ୍କ ପାଇଁ ବୋଝ ଉପରେ ନଳିତାବିଡା ପାଲଟିଛି। ଅର୍ଥାଭାବରୁ ବାପା, ମାଆଙ୍କ ଚିକିତ୍ସା ହୋଇପାରୁନଥିବାରୁ ଦୁହେଁ ଖଟିଆରେ ପଡି ମୃତ୍ୟୁସହ ସଂଗ୍ରାମ ଚଳେଇଥିବା ପୁଅ ଦିଲ୍ଲୀପ କହିଛନ୍ତି। ଏଭଳି ଅସହାୟ ଅବସ୍ଥାରେ ଘରେ ପଡିରହିଥିବା କିଡନୀ ପୀଡିତା ଦମ୍ପତିଙ୍କ ଆବଶ୍ୟକୀୟ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସମାଜସେବୀ ବିଶି କେଶନ ପ୍ରଧାନ ଦାବୀ କରିଛନ୍ତି। ଏ ସମ୍ପକରେ ବୌଦ୍ଧ ସିଡିଏମଓ ତ୍ରିଲୋଚନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣକରାଯାଇଥିଲା। ୧୦୮କୁ କଲ କରି ସେଥିରେ ରୋଗୀ ବୌଦ୍ଧ ଜିଲା ଚିକିତ୍ସାଳୟକୁ ଆସିପାରିବେ। ସେମାନେ ବୌଦ୍ଧ ଜିଲା ଚିକିତ୍ସାଳୟରେ ପହଞ୍ଚିବାପରେ ଉଭୟ ଦମ୍ପତ୍ତିଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories