www.samajalive.in
Saturday, December 6, 2025
15.1 C
Bhubaneswar

ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର : ପଞ୍ଚମ ଦିନରେ ୩୦ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗତକାଲି ପବିତ୍ର କ୍ରାନ୍ତି ଦିବସ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଗତ ୯ ତାରିଖ ଠାରୁ ଅରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ ‘ ଜୀବନ ବିନ୍ଦୁ ’ ଆଜି ପଞ୍ଚମ ଦିବସରେ ପହଞ୍ଚିଛି। ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ, ଦେବଗଡ ଜିଲା ଶାଖା ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଦେବଗଡ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ ଓ ବିଜେଡି ଜିଲା ନିର୍ବାଚନ ଅଧିକାରୀ କାମାକ୍ଷା ଗଙ୍ଗଦେବଙ୍କ ସଂଯୋଜନାରେ ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରର ପଞ୍ଚମ ଦିବସରେ ଆଜି ୩୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଜଣାପଡିଛି। ଆଜି ଅତିଥି ଭାବେ ଜିଲା ବିଜେଡି କୃଷକ ସେଲ ସଭାପତି ଇଂ.ଚିତ୍ତରଞ୍ଜନ ପ୍ରଧାନ, ବରିଷ୍ଠ ଆଇନଜୀବୀ ମାଧବ ଚନ୍ଦ୍ର ମହାପାତ୍ର, ଅରୁଣ କୁମାର ଗୋଏଲ ଓ ଦିଲ୍ଲିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆୟୋଜକ ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲା ରକ୍ତ ଭଣ୍ଡାର ଅଧିକାରୀ ଅମିତ ମହାପାତ୍ରଙ୍କ ନେତୃତ୍ୱରେ ଲ୍ୟାବରେଟୋରୀ ଟେକନିସିଆନ ଗୋପାଳ କୃଷ୍ନ ସାହୁ , ମଦନ ମୋହନ ସାହୁ ଓ ଲୋକ ସମ୍ପର୍କ ଅଧିକାରୀ ମଳୟ ବେହେରା ରକ୍ତ ସଂଗ୍ରହ କରିଥିବାବେଳେ ଶିବିର ଆୟୋଜନରେ ନଗେନ କୁମାର ପଣ୍ଡା, କ୍ଲିପ କୁମାର ପ୍ରଧାନ, ରଞ୍ଜନ ନାୟକଙ୍କ ସମେତ ଜିଲା ବିଜେଡିର ବହୁ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories