www.samajalive.in
Friday, December 12, 2025
26.1 C
Bhubaneswar

ଆସନ୍ତାକାଲି ଲୋକାର୍ପିତ ହେବ ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ଆସନ୍ତା କାଲି ବ୍ଲକ ହେର୍ଡକ୍ୱାର୍ଟର ଚାରିଛକଠାରେ ହରଭଙ୍ଗା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଲୋକାର୍ପିତ ହେବ। ଏଥିପାଇଁ କୋର୍ଟ କୋଠାଘର ,ଓକିଲଙ୍କ କାର୍ଯ୍ୟାଳୟ,କ ଏଦୀ ଖାନା କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଦଘାଟୀନ ସମାରୋହରେ ହାଇକୋର୍ଟ ମୁଖ୍ୟ ବିରାରପତିଙ୍କ ସହିତ ଅନ୍ୟ ଦୁଇ ଜଣ ବିଚାରପତି ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନୀ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସାଜସଜ୍ଜା ଜୋରସୋରରେ ଚାଲିଥିବାବେଳେ ଆଜି ରାତିସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ହରଭଙ୍ଗା ଓକିଲ ସଂଘ ସଂପାଦକ ରଣଜିତ ପ୍ରଧାନ କହିଛନ୍ତି।

ଆଜି ସଂନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର , ବୌଦ୍ଧ ଏସ.ପି ଭି ରଘୁନାଥ ରାଓ ଘଟଣାସ୍ଥଳରେ ପହଞ୍ଚି ସମସ୍ତ କାର୍ଯ୍ୟକୁ ନିଜେ ତଦାରଖ କରି ଫେରିଥିବା ଜଣାପଡ଼ିଛି। ବର୍ତମାନ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ଅସ୍ଥାୟୀ କୋଠାଘରେ କୋର୍ଟର ଶୁଭାରମ୍ଭ କରାଯିବ ବୋଲି ଜଣାପଡ଼ିଛି। ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟ ଖୋଲିବା ପୂର୍ବରୁ ଜଣେ ବିଚାରପତି, ଜଣେ ଷ୍ଟେନୋ, ଜଣେ ପେସକାର,  ଜଣେ ବରିଷ୍ଠ କିରଣୀ , ଜଣେ କନିଷ୍ଠ କିରାଣୀ, ଜଣେ ପ୍ରୋସେସର , ଜଣେ ଜୁନିୟର ଟାଇପିଷ୍ଟକୁ ନିଯୁକ୍ତି ଦିଆଯାଇଛି।

- Advertisement -

ଏଥିପାଇଁ ଆବଶ୍ୟକୀୟ ନଥିପତ୍ର ସହିତ ୫୩ଟି ଦେଓାନୀ ମାମଲା କେଶ ରେକର୍ଡ ଏବଂ ୨୬୯୦ଟି ଫୋଜଦାରୀ ମାମଲା କେଶ ରେକର୍ଡ ଏବଂ ୨ଟି ୟୁ.ଟି.ପି ମାମଲା କେଶ ରେକର୍ଡ ମଧ୍ୟ ପଂହଚିସାରିଥିବା ହରଭଙ୍ଗା ବାର ଆସୋସିଏସନ ସଂପାଦକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ଲୋକାର୍ପିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବେ ବୋଲି ସୂଚନା ମିଳିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories