www.samajalive.in
Friday, December 12, 2025
27.1 C
Bhubaneswar

ଅଷ୍ଟମ ଚେୟାରମ୍ୟାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ପେନାଲ୍ଟି ଗୋଲ ଦେଇ ଜିତିଲା ଟିଟ୍ରାପଙ୍ଗା ଦଳ

ଫୁଲବାଣୀ/ଖଜୁରିପଡା:ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଚାଲିଥିବା ଅଷ୍ଟମ ଚେୟାରମ୍ୟାନ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି। ଏଥିରେ ମୋଟ ୮ଟି ଦଳ ଭାଗନେଇଥିବା ବେଳେ ଫାଇନାଲ୍ ମ୍ୟାଚ୍ ବୁଢାଦାନି ଓ ଟିଟ୍ରାପଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୁଢାଦାନି ଦଳ ୪-୩ ପେନାଲଟି ଗୋଲ ଦେଇ ବିଜୟ ଲାଭ କରି ପୁରସ୍କୃତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନବରଙ୍ଗପୁର ଓ କନ୍ଧମାଳ ମହିଳା ଦଳ ମଧ୍ୟରେ ଏକ ବନ୍ଦୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଓ ଏଥିରେ କନ୍ଧମାଳ ମହିଳା ଦଳ ୧-୦ ଗୋଲରେ ବିଜୟ ଲାଭ କରିଥିଲା।

ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର , ଚକାପାଦ ବ୍ଳକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର, ଖଜୁରିପଡ଼ା ବିଡ଼ିଓ ରବୀନ୍ଦ୍ରନାଥ କହଁର, ଜିଲା ବିଜେଡ଼ି ଛାତ୍ର ସଭାପତି ସୁନିଲ୍ ସେଠୀ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲିକ, ଜିଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ସରପଞ୍ଚ ମିତା ମଲିକ, ସମିତିସଭ୍ୟା ଗୀତାଞ୍ଜଳୀ ସାହୁ ଓ ରାଜ୍ୟ ବିଜେଡ଼ି ମାଇନରଟି ସେଲ୍‌ର ସଂପାଦକ ୟାସିନ୍ ବେଗ୍ , ଚକାପାଦ ବ୍ଳକ ବିଜେଡ଼ି ସଭାପତି ରାଜେଶ ଦିଗାଲ ପ୍ରମୁଖ ଯୋଗଦେଇଥିଲେ।
ଖଜୁରିପଡ଼ା ସ୍ଥିିତ ନେତାଜି ଯୁବକ ସଂଘର ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ରେଫିର ଭାବେ ଶଙ୍କର ବେହେରା, ସ୍ୱରାଜ ମୁନୀ, ସୁନିଲ୍ ବେହେରା, ଶ୍ୟାମ ସୁନ୍ଦର ସାହା, ଫୁଟବଲ ଖେଳାଳି ବିଶ୍ୱବିହାରୀ ବିଶୋୟୀ, କାଜଲ ବେହେରା ପ୍ରମୁଖଙ୍କ ସମେତ ମହିଳାଦଳର କୋଚ୍ ମ୍ୟାଚ୍‌ ପରିଚାଳନା କରିଥିଲେ। ଏହି ଅବସରରେ କନ୍ଧମାଳ ମହିଳା ଦଳର ଖେଳାଳି ପ୍ରିଦଦର୍ଶନୀ ପ୍ରଧାନଙ୍କୁ ମାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଯୁବକ ସଂଘର ଅନୀଲ୍ ବେହେରା, ଅଞ୍ଜନ ବେହେରା, ରାମକୃଷ୍ଣ ପଣ୍ଡା, ସଞ୍ଜୟ ବେହେରା, ପରିଡ଼ା ମୁଖୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories