www.samajalive.in
Thursday, December 11, 2025
14.1 C
Bhubaneswar

ମଇଦଲପୁର ପଂଚାୟତରେ ସରପଞ୍ଚ ଓ ପିଇଓଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ, ୧୪ ୱାର୍ଡ ମେମ୍ବର ପଦରୁ ଇସ୍ତଫା ଦେବାପାଇଁ ଚିଠି ଲେଖିଲେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତରେ କାର୍ଯ୍ୟରେ ଅନିମିୟତା ସହ ସରପଞ୍ଚ ଏବଂ ପିଇଓଙ୍କ ମନମୁଖୀ କାର୍ଯ୍ୟରେ ଉତକ୍ଷିପ୍ତ ହୋଇ ୧୬ ଜଣ ୱାର୍ଡ ମେମ୍ବର ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ନବରଙ୍ଗପୁର ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।
ମଇଦଲପୁର ପଂଚାୟତରେ ବିଗତ ନିର୍ବାଚନରେ ଶୁଭାଙ୍ଗିନୀ ଯାନୀ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଂଚାୟତ ତୁଲାଇ ଆସୁଥିଲେ। ୨୦୨୦ ଫେବୃଆରୀ ମାସରେ ସରପଞ୍ଚ ମାସିକ ବୈଠକ ନ କରି ପଂଚାୟତର କାର୍ୟ୍ୟ ଗୁଡାକ ନିଜ ମନ ମୁତାବକ କରୁଥିବା ଅଭିଯୋଗ କରି ତତ୍କାଳୀନ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେତେବେଳେ ଶୁଭାଙ୍ଗିନୀଙ୍କୁ ସରପଞ୍ଚ ପଦରୁ ନବରଙ୍ଗପୁର ଜିଲ୍ଲାପାଳ ନିଲମ୍ବନ କରିବା ପରେ ନାଏବ ସରପଞ୍ଚ ଶୁଭଲକ୍ଷ୍ମୀ ପାଞ୍ଜିଆଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ଏଥିମଧ୍ୟରେ ଏକ ବର୍ଷ ବିତିଯାଇଥିବା ବେଳେ ସରପଞ୍ଚ ଦାୟିତ୍ୱରେ ଥିବା ନାଏବ ସରପଞ୍ଚଙ୍କ ବିରୁଦ୍ଧରେ ୧୬ ଜଣ ୱାର୍ଡ ମେମ୍ବର ମଧ୍ୟରୁ ୧୪ ଜଣ ୱାର୍ଡ ମେମ୍ବର ସରପଞ୍ଚ ମାସିକ ବୈଠକ ଡାକୁନଥିବା, କୋଭିଡ ପରିଚାଳନାରେ ବ୍ୟାପକ ଦୁର୍ନୀତି କରି ପିଇଓଙ୍କ ସହ ମିଶି ଟଙ୍କା ଆତ୍ମସାତ କରିଥିବା, ପଂଚାୟତରେ ୩୦ଟି ନଳକୂପ ଚାନ୍ଦିନୀ ନିର୍ମାଣ କରି ପ୍ରତ୍ୟେକ ଚାନ୍ଦିନୀ ବାବଦରେ ୧୦ ହଜାର ଟଙ୍କା ବିଲ କରି ୨୫୦୦ ଟଙ୍କା ପିସି ଖାଇବା, ୭ ଟି ନଳକୂପ ଚାନ୍ଦିନୀ କାର୍ୟ୍ୟର ବିଲକୁ ପିଇଓ ଆତ୍ମସାତ କରିଥିବା, ଦେଢ଼ ଲକ୍ଷ ଟଙ୍କାର ୬ ଗୋଟି କାର୍ୟ୍ୟକୁ ୧୫ ହଜାର ଟଙ୍କାରେ ବିକ୍ରି କରିବା ଏବଂ ପଂଚାୟତରେ ୨୨ ପ୍ରତିଶତ ପିସି ନେବା ସହ ପଂଚାୟତର ଅଦରକାରୀ ଲୁହା ସାମଗ୍ରୀକୁ ନିଲାମ ନ କରି ବିକ୍ରି କରିଦେଇ ଟଙ୍କାକୁ ପିଇଓ ଏବଂ ସରପଞ୍ଚ ଦାୟିତ୍ୱରେ ଥିବା ନାଏବ ସରପଞ୍ଚ ଆତ୍ମସାତ କରିଥିବା ଆଦି ଅଭିଯୋଗ କରି ଆଜି ପଂଚାୟତ କାର୍ୟ୍ୟାଳୟଠାରେ ୧୪ ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଏକ ବୈଠକ କରି ସମୂହ ଇସ୍ତଫା ଦାବି କରି ନବରଙ୍ଗପୁର ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ପତ୍ର ଲେଖିଥିବା କହିଛନ୍ତି। ଏପଟେ ପିଇଓ ଏବଂ ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ତଦନ୍ତ କରିବାକୁ ପଂଚାୟତର ୱାର୍ଡ ସଭ୍ୟ ଓ ସଭ୍ୟା ତଥା ନୀଳ ମୀରଗାନ, ପର୍ଶୁ ହରିଜନ, ପ୍ରହଲ୍ଲାଦ ନାୟକ, ପ୍ରଫୁଲ୍ଲ ଯାନୀ, ମଧୁ ମାଝୀ, ସନ୍ତୋଷ ମାଝୀ, ନୀଳା ମାଝୀ, ସୁନାମଣି ହରିଜନ, ନକୁଳ ସନ୍ତା, ଚମ୍ପା ପାତ୍ର ପ୍ରମୁଖ ଦାବି କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories