www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ରାଜପଥରେ ଲାଗିନି ସ୍ପିଡ୍ ମିଟର ସୂଚନା ଫଳକ; ଚାଲାଣ କାଟିବାକୁ ନେଇ ତେଜୁଛି ଅସନ୍ତୋଷ

ହରଭଙ୍ଗା: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବା ସାଙ୍ଗକୁ ଦୁର୍ଘଟଣା ରୋକିବା ଦିଗରେ ପରିବହନ ବିଭାଗ ନୂଆ ନୂଆ ତରିକା ଆପଣାଉଛି। ଆଉ ଆଗ ଭଳି ଗାଡି ଚେକିଂ କରାନଯାଇ ସିଧାସଳଖ ପରିବହନ ବିଭାଗର ଇଂଟରସେପ୍ଟର ଭ୍ୟାନରେ ଲାଗିଥିବା ଟ୍ରାକିଂ କ୍ୟାମେରା ସାହାଯ୍ୟରେ ଯାତାୟତ କରୁଥିବା ଗାଡ଼ିର ବୈଷୟିକ ଶୈଳୀରେ ଯାଞ୍ଚ କରାଯାଉଛି। ବିନା ହେଲମେଟ୍, ବିନା ସିଟ୍ ବେଲ୍ଟ କିମ୍ବା ବିନା ହାଇସିକ୍ୟୁରିଟି ନମ୍ବର ଏମିତିକି ବିନା ପଞ୍ଜିକରଣରେ ଏବଂ ଅଧିକ ବେଗରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଟ୍ରାକିଂ କ୍ୟାମେରା ସାହାଯ୍ୟରେ ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କ ମୋବାଇଲକୁ ସଙ୍ଗେ ସଙ୍ଗେ ମେସେଜ ସାହାଯ୍ୟରେ ଚାଲାଣ ସୂଚନା ପହଞ୍ଚିଯାଉଛି। ପରିବହନ ବିଭାଗର ଏଭଳି ନୂଆ ବୈଷୟିକ ଯାଞ୍ଚକୁ ସ୍ୱାଗତ କରାଯାଉଛି। ମାତ୍ର ଜିଲ୍ଲାର ମାଧପୁରଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ସ୍ପିଡ୍ ମିଟର ସୂଚନା ଫଳକ ଲଗାଯାଇନାହିଁ। ବିନା ସୂଚନା ଫଳକରେ ପରିବହନ ବିଭାଗ ଅଧିକ ବେଗରେ ଗତିକରୁଥିବା ଗାଡ଼ିର ଫାଇନ୍ କାଟିବା ଘଟଣାକୁ ନେଇ ପଥଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛିଦିନ ତଳେ ଅଧିକ ବେଗରେ ଗତିକରୁଥିବା ଗୋଟିଏ ଛତିଶଗଡ଼ ଅଞ୍ଚଳର ଗାଡ଼ିକୁ ପରିବହନ ବିଭାଗ ଫାଇନ କାଟିଥିବାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପଟେ ହରଭଙ୍ଗା ବ୍ଲକ ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ବୀରନରସିଂହପୁରଠାରେ ପ୍ରତିଦିନ ପରିବହନ ବିଭାଗର ଏକ ଇଂଟରସେପ୍ଟର ଟ୍ରାକିଂ ଭ୍ୟାନ ଗାଡି ଯାଞ୍ଚ କରୁଥିବା ଜଣାପଡ଼ିଛି। ଏଣୁ ବିନା ଟ୍ରାଫିକ ନିୟମରେ ଗାଡ଼ି ଚାଳକ ସାବଧାନର ସହିତ ଏହି ରାସ୍ତାରେ ଯିବାଆସିବା କରିବାକୁ କୁହାଯାଉଛି। କିଛିଦିନ ତଳେ ବିନା ହେଲମେଟରେ ଫେରୁଥିବା ବ୍ଲକର ଜଣେ କର୍ମଚାରୀଙ୍କୁ ୭ହଜାର ଟଙ୍କାର ଫାଇନ ପାଇଁ ମୋବାଇଲକୁ ମେସେଜ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଜିଲ୍ଲାପାଳଙ୍କ ଗାଡ଼ିର ମଧ୍ୟ ଫାଇନ କଟିଥିବା ସୂଚନା ମିଳିଛି। ଜାତୀୟ ରାଜପଥରେ ସ୍ପିଡ ମିଟର ସୂଚନା ଫଳକ ତୁରନ୍ତ ଲଗାଇବା ସହିତ ଏ ଦିଗରେ ଜିଲ୍ଲାବାସୀଙ୍କୁ ସଚେତନ କରାଯିବା ଜରୁରୀ ରହିଛି। ବିନା ସୂଚନା ଫଳକରେ ଦ୍ରୁତଗତିରେ ଯାଉଥିବା ଗାଡ଼ିର ଚାଲାଣ କାଟାଯିବା ଘଟଣାକୁ ନେଇ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ପରିବହନ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ଉଠୁଛି। ଏ ସମ୍ପର୍କରେ ପଚାରିବା ପାଇଁ ଜିଲ୍ଲା ପରିବହନ ଅଧିକାରୀ ବସନ୍ତ ମହାପାତ୍ରଙ୍କୁ ଯୋଗାଯୋଗ କଲେ ମଧ୍ୟ ସମ୍ଭବ ନହେବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories