www.samajalive.in
Saturday, December 6, 2025
14.1 C
Bhubaneswar

ବଜ୍ରପାତରେ ମାଆ, ଝିଅ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ କୋଡାଶିଙ୍ଗା ଗ୍ରାମରେ ବଜ୍ରପାତରେ ମାଆ ଓ ଝିଅ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ କୋଡାଶିଙ୍ଗା ଗ୍ରାମର ବିଦ୍ୟାଧର ବେହେରାଙ୍କ ପତ୍ନୀ ସମ୍ବାରି ଏବଂ ତାଙ୍କ ଝିଅ ରଜନୀ ସହିତ ୬ପ୍ରାଣୀ କୁଟୁମ୍ବ ନିଜ ଘର ପିଣ୍ଡାରେ ବସି ଗପସପ କରୁଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ବିଦ୍ୟାଧରଙ୍କ ପତ୍ନୀ ସମ୍ବାରି ଏବଂ ଝିଅ ରଜନୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଦୁଇଜଣଙ୍କ ଚେତା ଫେରିଥିବା ଜଣାପଡିଛି। ଏହା ସହିତ ବିଦ୍ୟାଧରଙ୍କ ଟିଭି, ଇଲେକ୍ଟ୍ରିକ୍ ବୋର୍ଡ ପୋଡ଼ି ଯାଇଥିବା ଜଣାପଡ଼ିଛି। ଖବର ପାଇ ହରଭଙ୍ଗା ସରପଞ୍ଚ ପ୍ରତିନିଧି ପ୍ରକାଶ ବେହେରା ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରା ଉଚରା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories