www.samajalive.in
Friday, December 12, 2025
27.1 C
Bhubaneswar

ଓ.ଟି.ଇଟି ସାର୍ଟିଫିକେଟ ଜାଲିଆତି ପ୍ରସଙ୍ଗ; ସରିଆସୁଛି ମିଆଦି, ମିଳୁନି ଉତ୍ତର , କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା

ହରଭଙ୍ଗା: ମଣିଷ ତିଆରି କରୁଥିବା ଗଣ ଶିକ୍ଷକଙ୍କ ଦ୍ୱାରା ଓ.ଟି.ଇ.ଟି ସାର୍ଟିଫିକେଟ ଭଳି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଜାଲିଆତି ଘଟଣା ବୌଦ୍ଧଜିଲ୍ଲା ଶିକ୍ଷା ବ୍ୟବସ୍ଥାକୁ ପୂରା କଳଙ୍କିତ କରିଛି। ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ସଂପୃକ୍ତ ଶିକ୍ଷକମାନଙ୍କୁ ୩୦ଦିନ ମଧ୍ୟରେ ଉତରେ ଦେବାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।ମାତ୍ର ନୋଟିସର ମିଆଦି ଶେଷ ହେବାକୁ ଆଉ ଦିନକେଇଟା ବାକିଥିବା ବେଳେ ଏଯାବତ୍‍ ବ୍ଲକ ଶିକ୍ଷାଅଧିକାରୀଙ୍କଠାରେ ଜଣେ ହେଲେ ବି ଶିକ୍ଷକଙ୍କ ଉତର ପହଞ୍ଚି ନ ଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଚଳିତବର୍ଷ ଜିଲ୍ଲାରେ ୮୯ଜଣ ଗଣ ଶିକ୍ଷକଙ୍କ ଚାକିରୀ ନିୟମିତ ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରିଥିଲେ। ପ୍ରମାଣପତ୍ର ଯାଞ୍ଚ ବେଳେ ସେଥିରୁ ୪୯ଜଣ ଗଣ ଶିକ୍ଷକଙ୍କ ଓ.ଟି.ଇଟି ସାର୍ଟୀଫିକେଟ ଜାଲିଆତି ଥିବା ସନ୍ଦେହ ପଦାକୁ ଆସିଥିଲା।ଏ ହି ତାଲିକାରେ ହରଭଙ୍ଗା ବ୍ଲକର ୨୨ଜଣ ଗଣ ଶିକ୍ଷକ ମଧ୍ୟ ରହିଛନ୍ତି। ଏହାପରେ ବୌଦ୍ଧ ଡି.ପି.ସି କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଶିକ୍ଷକମାନଙ୍କୁ ୩୦ଦିନ ଭିତରେ ଅସଲି ପ୍ରମାଣ ପତ୍ର ଦେବାକୁ ବ୍ଲକ ଶିକ୍ଷାଧିକାରୀଙ୍କ ଜରୀଆରେ କାରଣ ଦର୍ଶଆ ନୋଟିସ ଜାରି କରାଯାଇଥିଲା। କାରଣ ଦର୍ଶାଅ ନୋଟିସର ମିଆଦି ଶେଷହେବାକୁ ବସିଥିବାବେଳ ସଂପୃକ୍ତ ଶିକ୍ଷକମାନଙ୍କ ନିକଟରୁ କୌଣସି ଉତର ମିଳି ନ ଥିବା ଜଣାପଡ଼ିଛି।ଏଥିରୁ ଜିଲ୍ଲାରେ ଜାଲ ସାର୍ଟିଫିକେଟର ଏକ ର‍୍ୟାକେଟ୍‍ ଚାଲିଥିବା ପ୍ରମାଣିତ ହୋଇଛି। ଏହି ଘଟଣାରୁ ଜିଲ୍ଲାରେ ବଡଧରଣର ଜାଲ ସାର୍ଟିଫିକେଟ ର‍୍ୟାକେଟ୍‍ ଚେର ଅନ୍ୟ ଜିଲ୍ଲାକୁ ଲମ୍ବିଥିବା ମଧ୍ୟ କୁହାଯାଉଛି। ଏହାର ଖୋଳତାଡ କରାଗଲେ ପୂର୍ବରୁ ନିୟମିତ ହୋଇଥିବା ଅନେକ ଜାଲ ପ୍ରମାଣଧାରୀ ଶିକ୍ଷକଙ୍କ ତାଲିକା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବି ମହଲରୁ ଦାବୀହେଉଛି। ଅନ୍ୟପଟେ ନିଜ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ଜାଲିଆତି କରି କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଶିକ୍ଷକମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସବୁମହଲରୁ ଦାବୀ ହେଉଛି। ଏ ସମ୍ପର୍କରେ ହରଭଙ୍ଗା ବି.ଇ.ଓ ଦେବରାଜ ପ୍ରଧାନଙ୍କୁ ପଚାରିବାରୁ କାରଣ ଦର୍ଶାଅ ନୋଟିସର ଉତର ଆଜିଯାଏଁ କୌଣସି ଜଣେ ହେଲେ ବି ଶିକ୍ଷକ ପ୍ରଦାନ କରିନଥିବା ସେ କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories