www.samajalive.in
Friday, December 12, 2025
27.1 C
Bhubaneswar

ସାନ୍ତାଳୀ ଭାଷା ସାହିତ୍ୟର ବିକାଶ ଜରୁରୀ

ଭୁବନେଶ୍ବର:ଆଦିମ ଅୱାର ଜାର୍ପା ଆନୁକୁଲ୍ୟରେ ଆଜି ସାନ୍ତାଳୀ ଭାଷା ଦିବସ ଜାର୍ପାର ନିଳାଦ୍ରୀ ବିହାରସ୍ଥିତ ଗୋଷ୍ଠୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଜାର୍ପାର ସଭାପତି କାରୁ ମୁର୍ମୁଙ୍କ ଦ୍ବାରା ସଂଘର ପତାକା ଉତ୍ତୋଳନ ପୂର୍ବକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସାନ୍ତାଳୀ ଭାଷା ସାହିତ୍ୟର ବିକାଶ ଜରୁରୀ। ଏଥିପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ମୁର୍ମୁ ପ୍ରକାଶ କରିଥିଲେ। ୧୯୭୫ ମସିହାରେ ଆଜିର ଦିନରେହିଁ ଜାର୍ପା ସଂଘ ମଧ୍ୟ ପଞ୍ଜିକୃତ ହୋଇଥିଲା ଏବଂ ଏହି ଦିନରେ ସାନ୍ତାଳପ୍ରଗଣା ରାଜ୍ୟର ଘୋଷଣା ମଧ୍ୟ କରାଯାଇଥିଲା। ସଂଘର ପୂର୍ବତନ ସମ୍ପାଦକ ଗୋପାଳ ବେଶ୍ରା ଜାର୍ପା ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ। ସଂଘର ସମ୍ପାଦକ ମନୋଜ ମାର୍ଣ୍ଡି ବାର୍ଷିକ ବିବରଣି ପଠନ ପୂର୍ବକ ଆଗାମୀ ଦିନର କାର୍ୟ୍ୟକ୍ରମ ସୂଚାଇ ଥିଲେ। ରାଉତରାୟ ମୁର୍ମୁ ସାନ୍ତାଳୀ ଭାଷା ସାହିତ୍ୟ ବିକାଶ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ। ପୂଜକ ଧାମା ମାଝୀଙ୍କ ସମେତ ଉପସଭାପତି ଶ୍ରୀମତୀ ରୁକ୍ମଣୀ, ରାଣୀ, ଲକ୍ଷ୍ମୀ, ରବି, ମହେନ୍ଦ୍ର, ଜ୍ଞାନେନ୍ଦ୍ର, ଦାଶରଥି, କେସିନ, ଡୁମକା, ଶତ୍ରୁଘ୍ନ, ରାମ, ବାଇଜୁ ପ୍ରମୁଖ ଉପସ୍ଥିତ ଥିଲେ। ସହ ସମ୍ପାଦକ ସୁନାରାମ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories