www.samajalive.in
Saturday, December 6, 2025
26.1 C
Bhubaneswar

ଚାଷ ଓ ଚାଷୀର ସୁରକ୍ଷା ପାଇଁ ଲଢ଼ିବ ଚାଷୀ ମୂଲିଆ ସଂଘ

ହରଭଙ୍ଗା : ନବ ଗଠିତ ଚାଷୀ ମୂଲିଆ ସଂଘ ବୌଦ୍ଧର ପ୍ରଥମ ବୈଠକ ଶୁକ୍ରବାର ଛତ୍ରଙ୍ଗଠାରେ ହୃଦାନନ୍ଦ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଆଲୋଚନା ପରେ ଜିଲ୍ଲାର ସମସ୍ତ ଜମିକୁ ଜଳ, ପ୍ରତି ଜିଲ୍ଲା ପରିଷଦ ଜୋନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରତି ଚାଷୀକୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ ତୁରନ୍ତ ଖରିଫ ଋତୁ ପୂର୍ବରୁ ପ୍ରଦାନ, ରାଜ୍ୟର ସମସ୍ତ ଚାଷୀଙ୍କ ନିମିତ୍ତ ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ଆଇନ ପ୍ରଣୟନ, ସମସ୍ତ ଚାଷୀଙ୍କୁ ୫୦ବର୍ଷ ପରେ ମାସିକ ୬ହଜାର ଟଙ୍କା ପେନସନ, ଭୂମିହୀନ ଚାଷୀଙ୍କୁ ତୁରନ୍ତ ଜମି ପ୍ରଦାନ, ମଣ୍ଡିରେ ଜମିପଟ୍ଟା ଦେଖାଇ ସିଧାସଳଖ ଧାନ କ୍ରୟ, ସମସ୍ତ ଭୂମିହୀନଙ୍କୁ ଘରଡ଼ିହ ପ୍ରଦାନ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ, ତୁରନ୍ତ ତିରଡ଼ଠାରେ ନିର୍ମିତ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିବା ଧଳପୁର ରାମଗଡ଼ ଓ ସାମ୍ପୂଚଠାରେ ତୁରନ୍ତ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଆଗାମୀ ଖରିଫ ଋତୁ ପୂର୍ବରୁ ସଠିକ ସମୟରେ ଚାଷୀଙ୍କୁ ବିହନ ପ୍ରଦାନ, ଆମ୍ବୁଲ ମହୁଲ ପ୍ରଭୃତି ସୋସାଇଟି ଜରିଆରେ କ୍ରୟ, ଶାଳ ପତ୍ର ଉପରେ ଲୋକଙ୍କ ଅଧିକାର, ଦଖଲ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ସମସ୍ତ ଗ୍ରାମକୁ ସବୁଦିନିଆ ପକ୍କାସଡ଼କ ନିର୍ମାଣ ଆଦି ଦାବୀରେ ଲୋକଙ୍କୁ ସଂଗଠିତ କରି ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବାକୁ ଆଜି ଚାଷୀ ମୂଲିଆ ସଂଘ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ବୈଠକରେ ପ୍ରଦୀପ କୁମାର ସାହୁ, ଅଶୋକ ଭୋକ୍ତା, ଅକ୍ଷୟ ବିଶି, ବିଚିତ୍ର ଦେହୁରୀ, ଗୁପ୍ତେଶ୍ୱର ରଣା, କୁନୁ ପ୍ରଧାନ, ଶରତ ପ୍ରଧାନ ନରେନ୍ଦ୍ର ସିଂ, ଅଲେଖ ସାହୁ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ। ମେ ୨୧ତାରିଖ ପରବର୍ତ୍ତୀ ବୈଠକ ହେବ ବୋଲି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସଂଗଠନର ଆବାହକ ଅବକାଶ ସାହୁ ପ୍ରକାଶ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories