www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ : ଗଞ୍ଜାମ ବ୍ଲକ ପରିସରରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟାକୁ ନେଇ ତାହାର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଜସ୍ମିନ ପ୍ରଧାନ, ଜିଲାପରିଷଦ ସଭ୍ୟ ସନାତନ ବେହେରା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଭାରପ୍ରାପ୍ତ ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପ୍ରମୁଖ ମଞ୍ଚାସିନ ଥିଲେ। କାମଧେନୁ ସେବା ସମବାୟ ସମିତି ସମ୍ପାଦକ ଟୁନା ମହାରଣା ଆସୁଥିବା ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି କିଭଳି ହୋଇପାରିବ ସେନେଇ ସୂଚନା ଦେଇଥିଲେ। ପ୍ରତି ପଂଚାୟତରେ ଜଣେ ଜଣେ ନୋଡାଲ ଅଫିସର ଓ ସହକାରୀ ନୋଡାଲ ଅଫିସର ରହିବା ପାଇଁ ବିଡିଓ ସୂଚନା ଦେଇଥିଲେ। ବାତ୍ୟା ପୂର୍ବରୁ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲୋକ ପ୍ରତିନିଧିଙ୍କ ସହଯୋଗ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବାତ୍ୟା ପୂର୍ବରୁ ବାତ୍ୟା ସମୟରେ ଏବଂ ବାତ୍ୟା ପରେ ଏ ସମସ୍ତ କ୍ଷେତ୍ରରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଡିଓ ଜସ୍ମିନ ପ୍ରଧାନ କହିଛନ୍ତି। ବିଶେଷ କରି ଗର୍ଭବତୀ ମହିଳା, ଶିଶୁ, ଭିନ୍ନକ୍ଷମ, ରୋଗୀ ବୃଦ୍ଧାବୃଦ୍ଧଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ସମୁଦ୍ରକୂଳ ନିକଟବର୍ତ୍ତୀ ଅଂଚଳ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଧନ ଜୀବନ ରକ୍ଷା ପାଇବ ତା’ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବାତ୍ୟା ସମୟରେ ପିଇବା ପାଣି, ବିଦ୍ୟୁତ ଏବଂ ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକରେ ଜେନେରେଟର ବ୍ୟବସ୍ଥା ପାଇଁ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବୈଠକରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories