www.samajalive.in
Monday, December 8, 2025
14.1 C
Bhubaneswar

ଦୁନିଆର ସବୁଠାରୁ ମହଙ୍ଗା ସାଣ୍ଡୱିଚ୍ : ହୋସ୍‌‌ ଉଡାଇବ ଦାମ୍‌‌..

ଭିନ୍ନ ସ୍ଥାନରେ ବିଭିନ୍ନ ଖାଦ୍ୟର ମଜା ନେବାକୁ ପସନ୍ଦ କରିଥାଆନ୍ତି ଖାଦ୍ୟପ୍ରେମୀ। ନିଜର ରୁଚି ଅନୁଯାୟୀ ବିଭିନ୍ନ ପ୍ରକାର ଖାଦ୍ୟର ସେବନ କରିଥାଆନ୍ତି। ଭାରତରେ ସ୍ୱତନ୍ତ୍ର ଉତ୍ସବ ଏବଂ ପର୍ବଗୁଡ଼ିକରେ ବିଶେଷ ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହା ଦର୍ଶାଏ ଖାଦ୍ୟ ପ୍ରତି ସଭିଁଙ୍କର ଭଲପାଇବା। ଆମେରିକା ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଅନେକ ଦିବସ ମଧ୍ୟ ପାଳନ କରେ। ଏପରିକି ବିଶ୍ୱ ପିଜ୍ଜା ଦିବସ ମଧ୍ୟ। କିଛି ସ୍ୱତନ୍ତ୍ର ଖାଦ୍ୟ ମଧ୍ୟରେ ଗୋଟିଏ ହେଉଛି ‘ଗ୍ରିଲ୍ଡ୍‌‌ ଚିଜ୍‌‌ ସାଣ୍ଡୱିଚ୍’ । ଯାହାକୁ ଆମେରିକୀୟମାନେ ବେଶ୍‌‌ ଭଲ ପାଆନ୍ତି । ଗ୍ରିଲ୍ଡ୍‌‌ ଚିଜ୍‌‌ ସ୍ୟାଣ୍ଡୱିଚ୍ ଏତେ ଲୋକପ୍ରିୟ ହେବାର କାରଣ, ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ ଓ ଏହାର ସ୍ୱାଦ ମଧ୍ୟ ବହୁତ ଭଲ । ତିଆରି କରିବାକୁ ଏହା କେବଳ କିଛି ମିନିଟ୍ ନେଇଥାଏ । ଏହା ବ୍ୟତୀତ ସାଣ୍ଡୱିଚ୍ ମଧ୍ୟ ସବୁଠାରୁ ଶସ୍ତା ଖାଦ୍ୟ, ଯାହା ସବୁ ସ୍ଥାନରେ ସହଜରେ ଉପଲବ୍ଧ ।
ନ୍ୟୁୟର୍କର ଏକ ଲୋକପ୍ରିୟ ରେସ୍ତୋରାଁରେ ଗ୍ରିଲ୍ଡ୍‌‌ ଚିଜ୍‌‌ ସ୍ୟାଣ୍ଡୱିଚ୍ କୁ ପୁଣି ତିଆରି କରିବା ଆରମ୍ଭ ହୋଇଛି। ମାତ୍ର ଏହାର ମୂଲ୍ୟ ବର୍ତ୍ତମାନ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ରେସ୍ତୋରାଁରେ ଏହି ସାଣ୍ଡୱିଚ୍ ମୂଲ୍ୟ ୨୧୪ ଡଲାର,ଅର୍ଥାତ୍‌‌ ୧୭,୫୦୦ ଟଙ୍କା । ରେସ୍ତୋରାଁ ଦ୍ୱାରା ‘ଜାତୀୟ ଗ୍ରିଲ୍ଡ୍‌‌ ଚିଜ୍‌‌ ଡେ’ ଅବସରରେ ଏହି ଅଫର କରାଯାଇଥିଲା।
ଏହାର ମୂଲ୍ୟ ହେତୁ ଏହି ସାଣ୍ଡୱିଚ୍ ଗିନିଜ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା। ୨୧୪ ଡଲାରରେ ଏହା ଦୁନିଆର ସବୁଠାରୁ ମହଙ୍ଗା ସାଣ୍ଡୱିଚ୍ ।
ଏହି ସାଣ୍ଡୱିଚ୍ ରେ ବ୍ୟବହୃତ ‘ଚିଜ୍‌‌’ ହେଉଛି ଏହାର ବିଶେଷତ୍ୱ। ଏଥିରେ ‘Caciocavallo Podolico Cheese’ ବ୍ୟବହାର କରାଯାଇଥାଏ। ଯାହାକି ଏକ ସ୍ୱତନ୍ତ୍ର ଗାଈ କ୍ଷୀରରୁ ପ୍ରସ୍ତୁତ କରାଯାଏ। ଏହି ଗାଈ ଏକ ପ୍ରକାର ଘାସ ଖାଏ ଏବଂ କେବଳ ମେ ଏବଂ ଜୁନ୍ ମାସରେ କ୍ଷୀର ଦେଇଥାଏ। ଏହା ବ୍ୟତୀତ, ଏହି ସାଣ୍ଡୱିଚ୍ ୨୩ କ୍ୟାରେଟ୍ ସୁନାରେ ଟୋଷ୍ଟ କରାଯାଉଛି। ଯାହାକି ଏହାକୁ ଅଧିକ ସ୍ୱତନ୍ତ୍ର କରିଥାଏ।
ଏହି ସାଣ୍ଡୱିଚ୍ କୁ ଏକ ପ୍ରକାର ସ୍ୱତନ୍ତ୍ର ପ୍ଲେଟରେ ପରିବେଷଣ କରାଯାଏ। ଏହି ପ୍ଲେଟରେ ଦକ୍ଷିଣ ଆଫ୍ରିକାରରୁ ପ୍ରସ୍ତୁତ ଏକ ପ୍ରକାର ଟମାଟୋ ସସ୍ ସହିତ ପରିବେଷଣ କରାଯାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories