ହରଭଙ୍ଗା: ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମୂଷାଡ ଗ୍ରାମରେ ନୂଆଖାଈଦିନ ବାସୀ ଚୁଡାଘସା ଭୋଗଖାଇ ଗ୍ରାମର ୨ବର୍ଷର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ,ବୃଦ୍ଧା ଭଳି ୫୮ଜଣ ପେଟକଟା, ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସେଥିରୁ ୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। ଜଣେ ବୃଦ୍ଧାଙ୍କ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ମଡେିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଥାଉ କି ଗ୍ରାମରେ ଗଣେଶପୂଜା ଅନୁଷ୍ଠିତ ହୋଇଥିଲା। ଭସାଣୀଦିନ ଗାଁରେ ବାସୀଚୂଡା ଭୋଗ ବଣ୍ଟନ କରାଯାଇଥିଲା। ପୂଜା ଭୋଗ ଖାଇବା ପରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କୁ ମିଶାଇ ୫୮ଜଣ ଅସୁସ୍ଥ ହୋଇପଡିଥିଲେ।
Popular Categories



