www.samajalive.in
Sunday, December 7, 2025
16.1 C
Bhubaneswar

ଦୋଛକିରେ ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା

ଡେସ୍କ: ବହୁଚର୍ଚ୍ଚିତ ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାରେ ନୂଆ ମୋଡ଼। କଟକ ପରିବାର ଅଦାଲତ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ କରୀ ଖାରଜ କରିଥିବା ଜଣାପଡିଛି। ସାଂସଦ ଅନୁଭବ ମହାନ୍ତି ନ୍ୟାୟାଳୟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ କରିଥିଲେ। ଏହି ମାମଲାରେ ବହୁ ଥର ଶୁଣାଣି ପରେ କଟକ ପରିବାର ଅଦାଲତ ଉଭୟ ଆବେଦନକୁ ଖାରଜ କରିଛନ୍ତି। ଅନୁଭବଙ୍କ ଆବେଦନ ପ୍ରସଙ୍ଗରେ ଅଦାଲତରେ ଏକାଧିକ ମାମଲା, ଜବାବ ଓ ପ୍ରତିଜବାବ ରହିଥିଲା। ଅନୁଭବ ଆଣିଥିବା ଅଭିଯୋଗ ପ୍ରାମାଣିତ କରିପାରି ନଥିବାରୁ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଥିବା ଆଦେଶରେ ସ୍ପଷ୍ଟ କରିଛନ୍ତି। ସେହିପରି ବର୍ଷାଙ୍କ ପ୍ରସଙ୍ଗରେ ଅଦାଲତ ଦର୍ଶାଇଛନ୍ତି ଯେ, ବର୍ଷା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଥିବାବେଳେ ସେ ପୁଣି ତାଙ୍କ ସହ ଏକତ୍ର ରହିବାକୁ ଚାହୁଁଛନ୍ତି। ଏପରିସ୍ଥିତିରେ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ କେହି କାହା ପାଖରେ ରହିପାରିବେ ନାହିଁ।

ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍‌‌ କୋର୍ଟରେ ରୁଜୁ କରାଯାଇଥିଲା। ବର୍ଷାଙ୍କ ଆବେଦନ ଆଧାରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଏହି ଛାଡପତ୍ର ମାମଲା ପଟିଆଲା କୋର୍ଟରୁ କଟକର ପାରିବାରିକ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ଅନୁଭବଙ୍କ ପକ୍ଷରୁ ତାଙ୍କ ପତ୍ନୀ ବର୍ଷାକୁ ସେ ଛାଡପତ୍ର ଦେବାକୁ ପ୍ରାର୍ଥନା କରି ଦର୍ଶାଇଥିଲେ ଯେ ପାରିବାରିକ ଜୀବନରେ ବର୍ଷା କେବେ ହେଲେ ତାଙ୍କୁ ସହଯୋଗ କରୁନଥିଲେ। ୨୦୧୪ ମସିହାରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ସେ ତାଙ୍କୁ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି ବରଂ ସେ ସର୍ବଦା ପ୍ରାଧାନ୍ୟ ବିସ୍ତାର କରୁଥିଲେ। ଏପରିକି ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଇ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ଆବେଦନରେ ଦର୍ଶାଇଥିଲେ। ସେହିପରି ଅନ୍ୟପକ୍ଷରେ ବର୍ଷା ମଧ୍ୟ ଅନୁରୂପ ଭାବେ ଅନୁଭବଙ୍କ ବିରୋଧରେ କଟକର ଏସ୍‌‌ଡିଜେଏମ୍‌‌ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ। ଏପରିକି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଅଦାଲତରେ ପ୍ରାର୍ଥନା କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଅନୁଭବ ମଦ ପିଇ ତାଙ୍କୁ ମାଡପିଟ କରି ଉଭୟ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇ ଆସୁଛନ୍ତି।

- Advertisement -

ଏପରିସ୍ଥଳେ ସେ କ୍ଷତିପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ଘରଭଡା ମାସିକ ୨୦ ହଜାର ଓ ତାଙ୍କର ଚଳିବାକୁ ମାସିକ ୫୦ ହଜାର ଦାବି କରିଥିଲେ। ଅନ୍ୟପକ୍ଷରେ ସେ ଅନୁଭବଙ୍କ ନିକଟରେ ରହିବାକୁ ଚାହୁଁଥିବା ଦର୍ଶାଇ ସେମାନଙ୍କ ବିବାହର ପୁନଃ ପ୍ରତିଷ୍ଠା ନିମନ୍ତେ ସେ କଟକ ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ପରିବାର ଅଦାଲତରେ ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ମାମଲାର ଶୁଣାଣି ଚାଲିଥିଲା। ରାୟ ବିଳମ୍ବ ହେଉଥିବାରୁ ଅନୁଭବ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ଶେଷ ସୁଦ୍ଧା ମାମଲାର ତ୍ବରିତ ଶୁଣାଣି କରିବା ସହ ଅନ୍ତ ଘଟାଇ ରାୟ ପ୍ରକାଶ କରିବାକୁ ପରିବାର ଅଦାଲତକୁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ପରିବାର ଅଦାଲତ ଏହି ମାମଲାର ରାୟ ପ୍ରକାଶ ପାଇଛି। ପରିବାର ଅଦାଲତ ରାୟ ବିରୋଧରେ ଆବଶ୍ୟକ ପଡ଼ିଲେ ଉଚ୍ଚ ନ୍ୟାୟାଳୟକୁ ଯିବୁ ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଅନୁଭବ ବର୍ଷାଙ୍କ ବିରୋଧରେ ବିବାହ ବିଚ୍ଛେଦ ମାମଲା କରିଥିଲେ ଏବଂ ସେ ଯେଉଁ ଅଭିଯୋଗ ଆଣିଥିଲେ ଅଦାଲତ ତାକୁ ଗ୍ରହଣ କରି ନାହାନ୍ତି। ଅଦାଲତଙ୍କ ରାୟ ସ୍ବାଗତଯୋଗ୍ୟ ବୋଲି ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories