www.samajalive.in
Sunday, December 14, 2025
19.1 C
Bhubaneswar

୬ମାସହେଲା ବସ୍ତିବାସିନ୍ଦାଙ୍କୁ ମିଳୁନି ପିଇବା ପାଣି

ହରଭଙ୍ଗା:ଗ୍ରାମାଞ୍ଚଳରେ ପିଇବାପାଣି ଯୋଗାଣ ପାଇଁ ସରକାର ପଞ୍ଚଦଶ ଅର୍ଥକମିଶନ ଅନୁଦାନ ଯୋଗାଇଦେଉଛନ୍ତି। ଉକ୍ତ ପାଣ୍ଠିରୁ ୬୦ପ୍ରତିଶ୍ରତ ଟଙ୍କା ପିଇବା ପାଣି ସମସ୍ୟା ଦୂର ବାବଦରେ ଖର୍ଚ୍ଚ କରିବା ପାଇଁ ପ୍ରାବଧାନ ରହିଛି। କୁଶଙ୍ଗ ପଞ୍ଚାୟତ ସଦରମହକୁମା ଗେଟସାହି ବାସିନ୍ଦାଙ୍କୁ ୬ମାସହେଲା ପିଇବା ପାଣି ମିଲୁନଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ ଏହି ପଞ୍ଚାୟତ ଅର୍ନ୍ତଗତ କୁଶଙ୍ଗ ଗେଟସାହିରେ ୪୫ଜଣ ପରିବାର ବସବାସ କରୁଛନ୍ତି। ଏଠାକାର ଲୋକଙ୍କ ପାଇଁ ପାଇପ ଜଳ ଯୋଗାଣ ମାଧ୍ୟମରେ ୩ଟି ଷ୍ଟାଣ୍ଡପୋଷ୍ଟ ଜରୀଆରେ ପିଇବାପାଣି ଯୋଗାଇଦିଆଯାଉଥିଲା। ଛଅ ମାସ ହେଲା ଏଠାରେ ପିଇବା ପାଣିର ଅବ୍ୟବସ୍ଥା ଲାଗି ରହିଛି। ଏ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ହାରିଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବର୍ତ୍ତମାନ ଖରାସମୟ ଯୋଗୁଁ ବସ୍ତିବାସିନ୍ଦା ଲୋକେ ପାଣି ଟୋପାଏ ପାଇଁ ମାଇଲ ମାଇଲ ବାଟ ଧାଉଁଛନ୍ତି। ତୁରନ୍ତ ବସ୍ତିବାସିନ୍ଦା ଲୋକଙ୍କୁ ପିଇବାପାଣି ସୁବନ୍ଦୋବସ୍ତ ପାଇଁ କ୍ଷୀରୋଦ ଧଳ, ଲବ ସାହୁ, କୁଶ ସାହୁ, ଶେଷ ସାହୁ, ସୂର୍ଯ୍ୟମଣି ସାହୁ, ହାଡିବନ୍ଧୁ ବେହେରା ପ୍ରମୁଖ ଦାବୀ କରିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories