www.samajalive.in
Saturday, December 13, 2025
26.1 C
Bhubaneswar

ଶାଗୁଆନ ପଟା, ଶାଳକାଠ ବୋଝେଇ ଗାଡ଼ି ଜବତ: ୨ ଗିରଫ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ରାଣୀଗଞ୍ଜ ନିକଟରୁ ଏକ ଶାଗୁଆନ ପଟା ଏବଂ ଶାଳକାଠ ବୋଝେଇ ପିକଅପ ଗାଡ଼ିକୁ ଜବତ କରାଯାଇଛି। ଯାଞ୍ଚପରେ ଗାଡ଼ିରୁ ୩୯ଖଣ୍ଡ ଶାଗୁଆନ ପଟା, ୦୮ଖଣ୍ଡ ଶାଳକାଠ ମିଳିଥିବା ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ତଳଗାଁ ଅଞ୍ଚଳରୁ ଏକ ମ୍ୟାକ୍ସ ପିକଅପ ଗାଡ଼ି ଯୋଗେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଞ୍ଚଳକୁ ଶାଗୁଆନ ପଟା ଏବଂ ଶାଳକାଠ ଚୋରାଚାଲାଣ ଖବର ପାଇ ମାଧପୁର ବନ ବିଭାଗ ସଦଳବଳେ ମାଧପୁରଠାରେ ଛକି ରହିଥିଲା। ମାତ୍ର ଗାଡିଟି ସିଧା ଆଡ଼େନିଗଡ଼ ଅଭିମୁଖେ ଗତି କରୁଥିବା ବେଳେ ତାକୁ ପିଛା କରି ରାଣୀଗଞ୍ଜ ନିକଟରେ ଗାଡିକୁ କାବୁ କରିଥିଲେ। ଗାଡ଼ିରୁ ଜବତ ଶାଗୁଆନ, ଶାଳ କାଠର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାରେ ବନବିଭାଗ ଗାଡି ସହ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳର ଚାଳକ ଶକ୍ତି ନାୟକ(୨୩) ଓ ଅକ୍ଷୟ ବେହେରା(୩୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ମାଧପୁର ଡେପୁଟି ରେଞ୍ଜର ଆଶିଷ କୁମାର ଦିଗାଲ, ବନରକ୍ଷୀ ଦୀପକ କୁମାର ପ୍ରଧାନ, ସୁନୀଲ କୁମାର କ୍ଷେତ୍ତି, ଶରତ ଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories