www.samajalive.in
Saturday, December 6, 2025
23.1 C
Bhubaneswar

ବି.ଡି.ଓଙ୍କ ବିବାହ ଭୋଜି ପାଇଁ ବ୍ଲକ ଅଫିସ ଖାଁ ଖାଁ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅଫିସରେ ଗୋଟିଏ ପରେ ଗୋଟିଏ ଅଜବ ଦୃଶ୍ୟ ସାମନାକୁ ଆସିଛି । କିଛିଦିନ ତଳେ ବି.ଡି.ଓଙ୍କ ସରକାରୀ ଗାଡିର ଅପବ୍ୟବହାର ଘଟଣା କଥା ସମାଜରେ ପ୍ରକାଶ ପରେ ଏହାକୁ ନେଇ ସବୁମହଲରେ ଚର୍ଚ୍ଚା ଜୋରଧରିଥିଲା । ଶୁକ୍ରବାର ପୁଣି ବି.ଡି.ଓଙ୍କ ବିବାହ ଭୋଜିରେ ଯୋଗଦାନ ପାଇଁ ବହୁ ସଂଖ୍ୟାରେ ବ୍ଲକ କର୍ମଚାରୀଙ୍କ ଭୁବନେଶ୍ୱର ଗସ୍ତ ୫-ଟି ନିୟମର ଧଜିଆ ଉଡେଇବା ଚିତ୍ର ସାମନାକୁ ଆସିଛି । ବିବାହ ଭୋଜିରେ ଯୋଗଦାନ ପାଇଁ କାର୍ଯ୍ୟଦିବସରେ ବ୍ଲକର ସେକ୍ସନ ଅଫିସରଙ୍କ  ଠାରୁ ଆରମ୍ଭ କରି ପ୍ରାୟ ସବୁ ସେକ୍ସନ କର୍ମଚାରୀଙ୍କ ଭୁବନେଶ୍ୱର ଗସ୍ତ ଯୋଗୁଁ ବ୍ଲକ ଅଫିସ ଆଜି କର୍ମଚାରୀ ବିନା ଖାଁ ଖାଁ ହୋଇପଡିଥିଲା । କର୍ମଚାରୀଙ୍କ ଚାମ୍ବର ଖୋଲାପଡିଥିଲା । କେବଳ ଏ.ବି.ଡି.ଓ ବ୍ଲକ ଅଫିସର ଜଗୁଆଳୀ ପାଲଟିଥିବା ଦେଖିବାକୁ ମିଲିଥିଲା । ଫଳରେ ଦୂରଦୂରାନ୍ତରୁ ବିଭିନ୍ନ କାମ ପାଇଁ ଟାଣ ଖରାରେ ଆସିଥିବା ସାଧାରଣ ଲୋକେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । କାହା ନିର୍ଦ୍ଦେଶରେ ଅଧିକାଂଶ କର୍ମଚାରୀ ହେର୍ଡକ୍ୱାର୍ଟର ଛାଡି ଭରବଙ୍କନଶ୍ୱର ଗଲେ ଏହା ଉପରେ ଜିଲ୍ଲାପାଳ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ଉଠୁଛି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories