ହରଭଙ୍ଗା: ଗତ ୨୫ତାରିଖ ରାତିରେ ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ଏକ ରାଇସ୍ ମିଲ ପରିସରରୁ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ବାଇକ ଚୋରି କରିନେଇଥିଲେ। ଏ ସର୍ମ୍ପକରେ ନିଜେ ଯୁବକ ଜଣକ ହରଭଙ୍ଗା ଥାନାରେ ଏତେଲା ଦେଇଥିଲେ। ଏହାପରେ ଯୁବକଙ୍କ ଚୋରି ବାଇକରେ ୩ଜଣ ଦୁର୍ବୃତ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ପଇଁତାର ମାରୁଥିବା ଜାଣିବାକୁ ପାଇଥିଲେ। ଛତ୍ରଙ୍ଗରୁ ଆସି ଭୁବନେଶ୍ବର ବରମୁଣ୍ଡାରେ ନିଜ ବାଇକ ଉଦ୍ଧାର ସହ ଜଣେ ଚୋରକୁ କାବୁକରି ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଜିମା ଦେଇଥିଲେ। ସେଠାରୁ ବାଇକ ଧରି ଆଉ୍ଦୁଇ ଜଣ ଦୁର୍ବୃତ ନୟାଗଡ ଦେଇ ବୌଦ୍ଧ ଆଡକୁ ଫେରାର ମାରିଥିଲେ। ଏହାପରେ ସେ ଓ ତାଙ୍କ ବଡ଼ ଭାଇ ନୟାଗଡ ଜିଲା ବାଣିଗୋଛା ଥାନା ସମ୍ମୁଖରୁ ବାଇକ ସହ ଜଣଙ୍କୁ କାବୁ କରିଥିଲେ। ଏବଂ ତାଙ୍କୁ ଆଣି ହର
ନିଜ ଚୋରି ବାଇକକୁ ନିଜେ ଉଦ୍ଧାର କରିଥିବା ଖବର ହରଭଙ୍ଗା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବାଇକ ଚୋରି ପଛରେ ଗଞ୍ଜେଇ ଚୋରାଚାଲାଣ ଲିଙ୍କ ଥିବା ଜଣାପଡିଛି। ଗଞ୍ଜେଇ ଚାଲାଣ ପାଇଁ କନ୍ଧମାଳ ଜିଲାର କିଛି ଯୁବକ , ଛତ୍ରଙ୍ଗ ଅଂଚଳର କିଛି ଯୁବକଙ୍କ ସହିତ ମିଶି ମଟାର ସାଇକଲ ଚୋରି କରିଥିବା କୁହାଯାଉଛି। ଏ ସର୍ମ୍ପକରେ ହରଭଙ୍ଗା ଥାନା ଆଇଆଇସି ସଂଜୀବ ରଣଭୁଏଁଷାଙ୍କୁ ପଚାରିବାରୁ ସେ କହିଲେ ଗାଡି ସହ ଜଣଙ୍କୁ ଜିମାରେ ଦେଇଥିବା କଥା ସ୍ୱୀକାର କରିଥିଲେ। ବାହାରେ ଅନ୍ୟ ଏକ କାମରେ ଥିବାରୁ ଥାନାକୁ ଗଲେ ସମସ୍ତ ସୂଚନା ଦେବି ବୋଲି କହିଥିଲେ।



