www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଶାକୁ ଜଳସେଚନ ପାଇଁ ଆସିଥିବା ୮୪୨.୯୮ କୋଟି ଟଙ୍କା ଉପଯୋଗ ହୋଇ ନପାରି ଫେରିଯାଇଛି – ସିଏଜି ରିପୋର୍ଟ

ଭୁବନେଶ୍ୱର – ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶାର ଆର୍ଥିକ ପରିଚାଳନା ରିପୋର୍ଟ ସିଏଜି ବା ଭାରରତ ମହାଲେଖା ନିୟନ୍ତ୍ରକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ରେଳ ଅଡିଟ୍ ମହାନିର୍ଦ୍ଦେଶକ ବିଭୂଦତ୍ତ ବସନ୍ତିଆ ଏହାକୁ ପ୍ରକାଶ କରିଥିଲେ।

ଓଡ଼ିଶାକୁ ଜଳସେଚନ ପାଇଁ ଆସିଥିବା ୮୪୨.୯୮ କୋଟି ଟଙ୍କା ଉପଯୋଗ ହୋଇ ନପାରି ଫେରିଯାଇଛି ବୋଲି ସିଏଜି ରିପୋର୍ଟରେ ପ୍ରକାଶ କରାଯାଇଛି । ହେଲେ ରାଜ୍ୟରେ ଏବେ ରହିଥିବା ଅର୍ଥନୈତିକ ପରିସ୍ଥିତି ସହ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନେଇ କରୁଥିବା ପରିଚାଳନା ବିଷୟରେ ସିଏଜି ରିପୋର୍ଟରେ ବେଶ୍‌ ସନ୍ତୋଷଜନକ ରିପୋର୍ଟ ଦିଆଯାଇଛି ।

- Advertisement -

ଯେ କୌଣସି ରାଜ୍ୟରେ କୃଷକମାନଙ୍କର ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଜଳସେଚନର ଉପଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଚାଶ ଜମି ରହିଛି । ସେଥିରୁ ମାତ୍ର ୪୯.୯୦ ହେକ୍ଟର ଜମିକୁ ବୃହତ ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ଥିବା କଥା ଏଥିରେ ଦର୍ଶାଯାଇଛି ।

୨୦୧୪ରୁ ୨୦୧୯ ମଧ୍ୟରେ ଗୋଟିଏ ସମ୍ପୂର୍ଣ୍ଣ ଏବଂ ୪ଟି ଆଶିଂକ ସମ୍ପୂର୍ଣ୍ଣ ବୃହତ ପ୍ରକଳ୍ପ ନଅଟି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଏବଂ ୧୦ଟି ସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକର ନମୁନା ଯାଞ୍ଚ କରାଯାଇଥିଲା । ଏ ସମ୍ପର୍କରେ ରିପୋର୍ଟରେ ତଥ୍ୟ ଉଲ୍ଲେଖ କରାଯାଇଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories