ହରଭଙ୍ଗା: ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଥାନା କଙ୍କଲା ଗ୍ରାମରେ ଅଘଟଣ। କୁଲର ପ୍ଲଗ ବୋର୍ଡ଼ରେ ଲଗାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଅରୁଣ ବେହେରାଙ୍କ ପୁଅ ରଜତ ବେହେରା। ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଧଳପୁର ପଂଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପରିବାର ଗତକାଲି ରାତିରେ ଖାଇ ସାରିବା ପରେ କୁଲର ପ୍ଲଗ ଲଗାଇବାକୁ ଯାଇଥିଲା। ଯେହେତୁ କୁକର ସଂଯୋଗ କରୁଥିବା ତାରରେ ପ୍ଲଗ ନଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ତାଙ୍କ ବାପା ମେନ ସୁଇଚ ବନ୍ଦ କରିଥିଲେ ବି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଜବତ କରି ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି।
Popular Categories



