www.samajalive.in
Sunday, December 14, 2025
14.1 C
Bhubaneswar

ମା’ କୁଠାରୀଶ୍ବରୀଙ୍କ ପୀଠରେ ନବରାତ୍ରୀ ପୂଜା ଆରମ୍ଭ

ପାତ୍ରପୁର: ପାତ୍ରପୁର ଗ୍ରାମଠାରେ ବିଜେ ମା’ କୁଠାରୀଶ୍ବରୀଙ୍କ ପୀଠରେ ୫୫ତମ ଶାରଦୀୟ ନବରାତ୍ରୀ ପୂଜା ପାରମ୍ପରିକ ରୀତି ଅନୁଯାୟୀ ପାଳନ କରିବା ପାଇଁ ସ୍ଥିର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ବିଲ୍ବ ଆବାହନ, ମଙ୍ଗଳା ରୋପଣ, ଗଙ୍ଗା ଆବାହନ କରାଯିବ। ଆସନ୍ତାକାଲି ସନ୍ଧ୍ୟାରେ ମା’ଙ୍କ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହେବ। ଏହା ଆଶ୍ବିନ କୃଷ୍ଣ ପ୍ରତିପଦା ବୁଧବାରଠାରୁ ଆଶ୍ୱିନ କୃଷ୍ଣ ଅଷ୍ଟମୀ ମଙ୍ଗଳବାର ପର୍ୟ୍ୟନ୍ତ ମହା ଆଡ଼ମ୍ବରରେ ପାଳିତ ହେବ। ପ୍ରତ୍ୟେକ ଦିନ ଏହି ପୀଠରେ ପୂଜା ପାଠ ଅନୁଷ୍ଠିତ ହେବ। ଶେଷ ଦିବସର ଅର୍ଦ୍ଧରାତ୍ରରେ ବଳିଦାନ ପୂର୍ଣ୍ଣାହୁତି, ଆରତୀ ସହିତ ପ୍ରସାଦ ସେବନର କାର୍ୟ୍ୟକ୍ରମ ରହିଛି। ଗ୍ରାମର ପ୍ରତି ସାହି ଓ ଗଳି ଆଲୋକ ମାଳା ସହିତ କରାଯାଉଥିବା ବେଳେ କୋଭିଡ କଟକଣା ଯୋଗୁଁ ଏହା ବନ୍ଦ ରହିଛି। ଯାହାକି ଶ୍ରଦ୍ଧାଳୁମାନଙ୍କ ମନକୁ ନିରାଶ କରିଛି। କୋଭିଡ ଗାଇଡଲାଇନ ଅନୁପାଳନ ସହ ସମସ୍ତ କାର୍ୟ୍ୟ ସମ୍ପାଦନ ହେବା ନେଇ କମିଟି ପକ୍ଷରୁ ସୁଚନା ମିଳିଛି। ପ୍ରତିବର୍ଷ ଏହି ଶାରଦୀୟ ପୂଜା ବେଳେ ମାନସିକ ପୁରଣ ପାଇଁ ପାତ୍ରପୁର ସମେତ ପଡେ଼ାଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ବହୁ ଭକ୍ତ ଆସି ପୂଜା ପାଠ କରିବା ସହିତ ମା’ଙ୍କ ଦର୍ଶନ କରିଥାନ୍ତି। ଭକ୍ତଙ୍କ ଆଗମନକୁ ଦେଖି କମିଟି ତରଫରୁ ଆଖ ପାଖ ଅଂଚଳ ସଫା ସୁତୁରା କରାଯାଇଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories