www.samajalive.in
Wednesday, November 12, 2025
17.1 C
Bhubaneswar

ମହାନଦୀରେ ବନ୍ୟା ଆଶଙ୍କା, ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ପାଣି

ହରଭଙ୍ଗା: ଉପରମୁଣ୍ଡରେ ଲଗାଣବର୍ଷା ସାଙ୍ଗକୁ ହୀରାକୁଦର ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ତେଲନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ସାଙ୍ଗକୁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ବୌଦ୍ଧଜିଲ୍ଲାର ତଳମୁଣ୍ଡରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ହରଭଙ୍ଗା ତହସିଲର ୫୫ଟି ବନ୍ୟାପ୍ରଭାବିତ ନଦୀକୂଳିଆ ଗ୍ରାମଗୁଡିକରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ବୁଧବାରଠାରୁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ଗୁରୁବାର ସଂନ୍ଧ୍ୟାସୁଦ୍ଧା ହରଭଙ୍ଗା -‎ଧଳପୁର ଜଗନ୍ନାଥ ସଡକର ଧଳପୁର ବ୍ରିଜ, କୁଶାସିଙ୍ଗା ନାଳଉପରେ ବନ୍ୟାଜଳ ପ୍ରଭାବିତ ହୋଇଥିବାରୁ ଖଣ୍ଡୀଧଳପୁର ପାଣିଘେରରେ ରହିଛି। ଉଦଣ୍ଡୀ ନାଳରେ ବନ୍ୟା ପାଣି ଯୋଗୁଁ ‎କୁଶଙ୍ଗ ପଂଚାୟତର ଅପହଂଚ ଇଲାକାରେ ଅବସ୍ଥିତ ଆଦିବାସୀ ବହୁଳ ମାରଡା ଏବଂ କୁତୁରୀ ଗ୍ରାମର ୬୨ ପରିବାର ଦୁଇ ଦିନ ହେଲା ପାଣି ଘେରରେ ଭୋକ ଉପାସରେ ରହିଛନ୍ତି।

କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ରାସ୍ତାର ସୁନାଖଣିଆରୁ ମାରଡା ରାସ୍ତାରେ ଲଙ୍ଗଳଖଣ୍ଡି ପାହାଡରୁ ବିରାଟ ପଥର ଖସି ପଡିଥିବାରୁ ଏହି ରାସ୍ତାରେ ୫ ଦିନ ହେଲା ଯାତାୟତ ବାଧାପ୍ରାପ୍ତ ହୋଇଛି। ମାରଡା ଗାଁ ଲୋକେ ବାଉଁଶ ଭେଳା କରି ନାଳ ପାର ହୋଇ ତେଲ ଲୁଣ ସଂଗ୍ରହ କରିବାକୁ ଆସୁଥିବା ଦେଖିବାକୁ ମିଳିଛି। ସେହିପରି ଜଗନ୍ନାଥ ସଡକ ଉପରେ ରହିଥିବା ହରଭଙ୍ଗା –ସୁରୁଣ୍ଡି-ଭେଜିଗୁଡା –ମଲ୍ଲିକପଡା-ସଦଲଗଣ୍ଡା ରାସ୍ତାର ଡିଆଁଘାଟ, ଭେଜିଗୁଡା, ପୋଲ ତଳେ ବର୍ତମାନ ବନ୍ୟାପାଣି ଚାଲୁଥିବା ବେଳେ ସକାଳ ସୁଦ୍ଧା ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହିସବୁ ଅଂଚଳକୁ ଏକପ୍ରକାର ଯାତାୟତ ବାଧାପ୍ରାପ୍ତ ହୋଇଛି। ମହାନଦୀର ବନ୍ୟାଜଳରେ ଏହି ତହସିଲର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହିତ ଧାନଗଛସବୁ ବନ୍ୟା ପାଣିରେ ବୁଡି ପଚିସଢି ସେଗୁଡିକ ନଷ୍ଟ ହେବାକୁ ବସିଛି। ନଦୀର ଜଳସ୍ତର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଶଙ୍କୁଲେଇ ପଂଚାୟତର ପାଣିଘରା, ହରଭଙ୍ଗା ପଂଚାୟତର କୋଡାଶିଙ୍ଗା, କୁଶଙ୍ଗ ପଂଚାୟତର ତିରଡ, ଅତଲସରା, ବୀରନରସିଂହପୁର ପଂଚାୟତର କରଡି, ହାଟଗାଁ ଭଳି ବନ୍ୟା ପ୍ରଭାବିତ ଗାଁଗୁଡିକରେ ସମ୍ଭାବ୍ୟ‎ ବନ୍ୟା ପରିସ୍ଥିତ ଦେଖାଦେବା ସହ ଏହିସବୁ ଗାଁ ପାଣିଘେରରେ ରହିବା ଆଶଙ୍କା ପ୍ରକାଶ ପାଇଛି।

- Advertisement -

ମହାନଦୀରେ ସାମ୍ଭାବ୍ୟ‎ ବନ୍ୟା ପରିସ୍ଥିତ ଦେଖାଦେବା ସତ୍ୱେ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ବୁଡି ଅଂଚଳ ଲୋକଙ୍କୁ ସର୍ତକ ସୂଚନା ଦିଆଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସମ୍ଭାବ‎ ବନ୍ୟା ପରିସ୍ଥିତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯିବା ସହିତ ରିଲିଫ ସାମଗ୍ରୀ ମହଜୁଦ ‎ରଖାଯିବାକୁ ଦାବୀ ହେଉଛି। ଏ ସଂର୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ପ୍ରଶାସନ ଏଥିପାଇଁ ସଜାଗ ରହିଛି। ମାରଡା ଗାଁ ପାଣିଘେର ବିଷୟରେ ହରଭଙ୍ଗା ବି.ଡି.ଓ ସୁବାଷ ଯାନୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗାଁ ଲୋକଙ୍କ ପାଇଁ ରିଲିଫ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories