www.samajalive.in
Saturday, December 6, 2025
15.1 C
Bhubaneswar

ଧାନକିଣାରେ ଅବ୍ୟବସ୍ଥା, ଚାଷୀଙ୍କ ନାଁରେ ଦଲାଲ ବିକୁଛି ଧାନ

ହରଭଙ୍ଗା; ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ଧାନମଣ୍ଡି ଗୁଡିକରେ ଧାନକ୍ରୟ ସମୟରେ ଦେଖାଦେଇଥିବା ଅରାଜକତା ପରିସ୍ଥିତି ଯୋଗୁଁ ଚଳିତବର୍ଷ ଧାନକିଣାରେ ବ୍ୟାପକ ଅନିୟମିତତା ଚାଲିଥିବା ଦେଖିବାକୁ ମିଳୁଛି। ଧାନକ୍ରୟରେ ସ୍ୱଚ୍ଛତା ଆଣିବା ପାଇଁ ଗଠନ ହୋଇଥିବା ଧାନ କ୍ରୟ କମିଟି ଏବଂ ଜିଲ୍ଲାସ୍ତରୀୟ ସ୍କାର୍ଡ ଟିମ ଗୁଡିକ ନିଜ ଦାୟିତ୍ୱ ସଠିକ୍‍ ଭାବରେ ତୁଳାଉନଥିବା ମଧ୍ୟ ଦୃଷ୍ଟିକୁ ଆସିଛି । ଏହାର ଫାଇଦା ଉଠାଇ ଦଲାଲ ,ମିଲ୍ଲର୍ସ ଏବଂ ପ୍ୟାକ୍ସ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବେପାରୀ ଚାଷୀଙ୍କ ନାଁରେ ପ୍ରତ୍ୟହ ହଜାର ହଜାର କ୍ୱିଂଟାଲ ଧାନବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛି । ବର୍ତ୍ତମାନ ଧାନକ୍ରୟଦିନ ମଣ୍ଡିରେ ଚାଷୀଙ୍କ ବଦଳରେ ଦଲାଲମାନେ କେବଳ ଧାନ ବିକ୍ରିକରୁଥିବା ନଜରକୁ ଆସିଛି । ବାହାର ଜିଲ୍ଲାରୁ ଶହ ଶହ କ୍ୱିଂଟାଲ ଧାନ ଅଣାଯାଇ ଦଲାଲ ଖୋଲାଖୋଲି ମଣ୍ଡିରେ ଧାନ ବିକ୍ରୀ କରୁଥିବାବେଳେ ଜିଲ୍ଲା ସ୍କ୍ୱାର୍ଡ କମିଟି ପାଖରେ ଏ ଖବର ନଥିବା ସେମାନଙ୍କ କାର୍ୟ୍ୟକଳାପ ଓ ସ୍ୱଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରକାଶ ଯେ ଚଳିତବର୍ଷ ଧାନକ୍ରୟ ପାଇଁ ବ୍ଲକର ୧୩ଟି ପ୍ୟାକ୍ସ ଜରୀଆରେ ୧୮ଟି ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। ଚଳିତବର୍ଷ ଧାନବିକ୍ରି ପାଇଁ  ୯ହଜାର୮୭୫ଜଣ ଚାଷୀ ପଞିକରଣ କରିଥିବାବେଳେ ୮ହଜାର୮୯୭ଚାଷୀଙ୍କ ତଥ୍ୟ ଅପଡେଟ ରହିଥିବା ସୂଚନା ମିଳିଛି । ଏହା ସତ୍ୱେ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀଚିହ୍ନଟ ପାଇଁ  ଏକ ୭ଜଣିଆ ଧାନକ୍ରୟକମିଟି  ସାଙ୍ଗକୁ ତଦାରଖ ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡଗଠନ  କରାଯାଇ ଧାନବିକ୍ରି ପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା  କରାଯାଇଛି । ଏହା ପରେ ବି ବ୍ଲକରେ ସମସ୍ତ ଧାନକ୍ରୟ କେନ୍ଦ୍ରରେ ଧାନ ବେପାରୀମାନେ ସ୍ଥାନୀୟ ପ୍ୟାକ୍ସ ସଂପାଦକ ଏବଂ ଡାଟାଏଂଟ୍ରି ଅପରେଟରକୁ ହାତକରି ଗଳାବାଟ ସାହାଯ୍ୟରେ ପଞ୍ଜୀକୃତ ଚାଷୀଙ୍କ ନାଁରେ ବେପାରୀମାନେ ପ୍ରତ୍ୟହ ଶହ ଶହ କ୍ୱଂଟାଲ ଧାନ ବିକ୍ରୀକରୁଥିବା ସକ୍ଷମ ହେଉଛନ୍ତି । ଯାହାଫଳରେ ବେପାରୀମାନେ ବିନା ପରିଶ୍ରମରେ ଦୁଇରୁ ଅଢେଇମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। ଅନ୍ୟପଟେ ମଣ୍ଡିଗୁଡିକରେ ଧାନକ୍ରୟ ସମୟରେ ଆର.ଏମ.ସି କର୍ମଚାରୀଙ୍କ ଅନୁପସ୍ଥିତି ଯାଗୁଁ ବିନା  ମାନ ପରୀକ୍ଷାରେ ଧାନ କ୍ରୟ କରାଯାଉଛି। ଏହାର ଫାଇଦା ଉଠାଇ ମିର୍ଲ୍ଲସ ମନଇଚ୍ଛା କ୍ୱିଂଟାଲକୁ ୩ରୁ୪କେ.ଜି ଧାନ କଟନୀ କରି  ବେଶ ଲାଭବାନ ହେଉଥିବା ବେଳେ ଚାଷୀ କ୍ଷତି ସହୁଛି। ମିର୍ଲ୍ଲସ ବ୍ୟାଗରେ ଧାନକିଣା ଯିବା ବଦଳରେ ଚାଷୀ ବ୍ୟାଗକୁ ମିର୍ଲ୍ଲସ ନେଇ ସେ ପଇସା ଫେରାଉନଥିବା  ମଧ୍ୟ ଅଭିଯୋଗ ହେଉଛି। ବ୍ଲକର ସବୁ ଧାନକ୍ରୟ କେନ୍ଦ୍ରରେ ଏଭଳି ଧାନବିକ୍ରୀ ଚାଲିଥିଲେ ମଧ୍ୟ ତଦାରଖ ,ମନିଟରିଂ ଅଭାବରୁ  ବ୍ଲକରେ ମଣ୍ଡି ବ୍ୟବସ୍ଥା ବିପର୍ୟ୍ୟସ୍ତ  ହୋଇପଡିଛି । ଏ ଦିଗରେ ଖାଦ୍ୟ ଯୋଗାଣ କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଉଠୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories