www.samajalive.in
Saturday, December 6, 2025
17.1 C
Bhubaneswar

ବେସରକାରୀ ହାସପାତାଳ ବାୟୋଗ୍ୟାସ ପ୍ଲାଣ୍ଟରୁ ୧୧ ମଣିଷ ଖପୁରୀ ଜବତ

ୱାର୍ଧା: ମହାରାଷ୍ଟ୍ରର ୱାର୍ଧା ଜିଲାରେ ଥିବା ଏକ ଘରୋଇ ହାସପାତାଳର ବାୟୋଗ୍ୟାସ ପ୍ଲାଣ୍ଟରୁ ୧୧ଟି ମଣିଷ ଖପୁରୀ ଏବଂ ୫୬ ଖଣ୍ଡ ଅସ୍ଥି ଜବତ କରାଯାଇଛି । ଆର୍ବି ତହସିଲରେ ଥିବା ଏହି ଘରୋଇ ହାସପାତାଳ ପରିସର ବାୟୋଗ୍ୟାସ ପ୍ଲାଣ୍ଟରୁ ଏତେ ସଂଖ୍ୟାରେ ଅସ୍ଥି ଓ ମଣିଷ ଖପୁରୀ ଜବତ କରାଯିବା ଘଟଣାରେ ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନାଯୋଗ୍ୟ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ଗର୍ଭପାତ କରାଇବା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବାବେଳେ ଏହି ଖପୁରୀ ଜବତ ହୋଇଥିଲା । ଉକ୍ତ ନାବାଳିକାର ପରିବାର ଲୋକ ତାକୁ ଆର୍ବିସ୍ଥିତ କଦମ ହାସପାତାଳକୁ ବେଆଇନ ଗର୍ଭପାତ ପାଇଁ ଆଣିଥିଲେ । ତେବେ ଏ ସର୍ମ୍ପକରେ ଜଣାପଡିବା ପରେ ଉକ୍ତ ହାସପାତାଳର ଡାକ୍ତର ରେଖା କଦମଙ୍କୁ ଏହି ବେଆଇନ ଗର୍ଭପାତ ମାମଲାରେ ପୁଲିସ ଗିରଫ କରିସାରିଛି । ବୁଧବାର ଦିନ ପୁଲିସ ହାସପାତାଳ ପରିସରକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସମୟରେ ବାୟୋଗ୍ୟାସ ପ୍ଲାଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ସେଠାରୁ ଶିଶୁ ଭ୍ରୁଣର ୫୬ ଖଣ୍ଡ ଅସ୍ଥି ଏବଂ ୧୧ଟି ଖପୁରୀ ଜବତ କରାଯାଇଥିଲା । ଏହି ଘଟଣାରେ ଉକ୍ତ ନାବାଳିକାକୁ ଗର୍ଭବତୀ କରିଥିବା ଜଣେ ନାବାଳକ ଓ ତାର ପିତା ମାତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ନାବାଳକର ପିତା ମାତା ବେଆଇନ ଗର୍ଭପାତ ପାଇଁ ନାବାଳିକା ପରିବାରକୁ ବାଧ୍ୟ କରିଥିବା ଏବଂ ସେଥିପାଇଁ ଚିକିତ୍ସା ଖର୍ଚ୍ଚ ଦେଇଥିବା ପୁଲିସ ପ୍ରକାଶ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories