www.samajalive.in
Saturday, December 6, 2025
14.1 C
Bhubaneswar

ହରଭଙ୍ଗା ବ୍ଲକରେ ବେକାବୁ ମହାମାରୀ: ଶ୍ୟାମସୁନ୍ଦରପୁର ପରେ ଚିନ୍ତା ବଢାଇଲା ଭେଜିଗୁଡା

ହରଭଙ୍ଗା: ହରଭଙ୍ଗା ବ୍ଲକରେ ବେକାବୁ ସ୍ଥିତିରେ ପହଞ୍ଚିଛି କରୋନା। ବ୍ଲକରେ ଦୈନିକ ସଂକ୍ରମଣ ଲଗାତାର ଶହେରୁ ଉପରକୁ ରହୁଥିବାବେଳେ ଏଥିରେ ବ୍ରେକ୍ ଲାଗୁନାହିଁ। ଫଳରେ ବ୍ଲକର ବିଭିନ୍ନ ଛୋଟ ଛୋଟ ଗାଁରୁ ଏକାବେଳେ ୪୦ଜଣ, ୫୦ଜଣ ଏମିତିକି ଶହେରୁ ଅଧିକ ସଂକ୍ରମିତ ହେଉଥିବା ଘଟଣା ଯେତିକି ଚିନ୍ତାଜନକ ବିଷୟ ତାଠାରୁ ଅଧିକ ସମ୍ବେଦନଶୀଳ ମଧ୍ୟ । ଦୈନିକ ସଂକ୍ରମଣ ରିପୋର୍ଟକୁ ଅନୁଧ୍ୟାନ କଲେ ବ୍ଲକରେ ଆଗକୁ ଗୋଷ୍ଠୀ ସଂକ୍ରମଣ ହେବାର ପୂର୍ବାଭାସ ମିଳୁଛି।

ରବିବାର ସାମ୍ପୋଚ ପଂଚାୟତର ଶ୍ୟାମସୁନ୍ଦରପୁର ଗାଁରୁ ଏକାବେଳେ ୧୦୮ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାର ୨୪ଘଣ୍ଟା ନପୂରୁଣୁ ହରଭଙ୍ଗା ପଂଚାୟତ ଭେଜିଗୁଡାରୁ ସୋମବାର ୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ଲକରେ କରୋନାର ଢିଲା କଟକଣା ସାଙ୍ଗକୁ ବିବାହ ଭଳି ସାମାଜିକ କାର୍ଯ୍ୟ ଅଧିକ ପରିମାଣରେ ଗହଳୀ ଚହଳି ସଂକ୍ରମଣକୁ ସୁହାଉଛି। ଅନ୍ୟପଟେ ସ୍ୱଳ୍ପ ସଂକ୍ରମିତ ବ୍ୟକ୍ତି ପୃଥକାବାସରେ ରହିବା ବଦଳରେ ବାହାରେ ଖୋଲା ଖୋଲି ବୁଲୁଥିବା ସହିତ ପୋଖରୀ, ବନ୍ଧ ଭଳି ଜଳାଶୟରେ ଗାଧୁଆ ପାଧୁଆ କରୁଥିବାରୁ ସଂକ୍ରମଣ ବ୍ୟାପିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ଏତେ ସବୁ ପରେ ବି ପ୍ରଶାସନ ପକ୍ଷରୁ ଏଥିପ୍ରତି ଆଦୌ ଚିନ୍ତାପ୍ରକଟ କରାଣଯିବା ଆଗକୁ ବ୍ଲକରେ ଗୋଷ୍ଠୀ ସଂକ୍ରମଣ ଅବଶ୍ୟାମ୍ଭାବୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଣୁ ବେଳ ଥାଉ ଥାଉ ଜିଲ୍ଲାପ୍ରଶାସନ ଅଧିକ ସଂକ୍ରମିତ ହୋଇଥିବା ଗାଁ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହୁ ଆକ୍ରାନ୍ତ ରୋଗୀଙ୍କୁ ନିକଟସ୍ଥ ଟି.ଏମ.ସିରେ ଥଇଥାନ ବ୍ୟବସ୍ଥା କଲେ ସଂକ୍ରମଣରେ ବ୍ରେକ ଲାଗିପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories