www.samajalive.in
Saturday, December 6, 2025
15.1 C
Bhubaneswar

ବି.ଇ.ଓ ଅଫିସ ସ୍ଥାପନ ଦାବି ଜୋର ଧରିଲା

ହରଭଙ୍ଗା: ନୂତନ ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ଶନିବାର ହରଭଙ୍ଗା ଆଞ୍ଚଳିକ ଉନ୍ନୟନ ପରିଷଦ ସହିତ ହରଭଙ୍ଗା, ଛତ୍ରଙ୍ଗ ଏବଂ କୁଶଙ୍ଗ ପଂଚାୟତ ସରପଞ୍ଚଙ୍କ ଦସ୍ତଖତ ସମ୍ବଳିତ ଦାବି ପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ନିମନ୍ତେ ସରକାରଙ୍କ ଆର୍ଥିକ ଅନୁଦାନ ମିଳିସାରିଛି। ହରଭାଙ୍ଗରେ ସରକାରୀ ଜମିର ଅଭାବ ମଧ୍ୟ ନାହିଁ। ତେଣୁ ହରଭଙ୍ଗା ଠାରେ ବି.ଇ.ଓ ଅଫିସ ସ୍ଥାପନ ନିମନ୍ତେ ହରଭଙ୍ଗା ଉନ୍ନୟନ ପରିଷଦ ସହିତ ତିନୋଟି ପଂଚାୟତ ସରପଞ୍ଚ ମିଳିତି ଭାବେ ଦାବି ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଉନ୍ନୟନ ପରିଷଦ ସଭାପତି ପ୍ରଦୀପ କୁମାର ସାହୁ, ହରଭଙ୍ଗା ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ରବିନ୍ଦ୍ର କୁମାର ଦାସ, ସତ୍ୟବାଦୀ ଚାଉଳିଆ, ଜ୍ୟୋତିର୍ମୟ ଦାସ ପ୍ରମୁଖ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories