www.samajalive.in
Monday, December 8, 2025
13.1 C
Bhubaneswar

ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ପରୁଣାକଟକ ଥାନା ଅର୍ନ୍ତଗତ ସିଙ୍ଗାଡିବିଡା ଗାଁ ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗୀର୫୭ନଂ ଜାତୀୟ ରାଜପଥକଡରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଶୁକ୍ରବାର ପୁରୁଣାକଟକ ପୁଲିସ ଉଦ୍ଧାର କରିଛି।ମୃତ ଯୁବକ ଜଣଙ୍କ ହେଉଛନ୍ତି ତିଲେଶ୍ୱର ପଞ୍ଚାୟତ ବାଦିକଟା ଗ୍ରାମର ଅର୍ଜ୍ଜୁନ ପାତ୍ର (୩୫) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବାସୂଚନା ଅନୁସାରେ ଗତ ଗୁରୁବାର ଦିନ ତିଲେଶ୍ୱର ପଞ୍ଚାୟତ ବାଦିକଟା ଗ୍ରାମର ଅର୍ଜ୍ଜୁନ ପାତ୍ର ସଂର୍ପକୀୟ ଘରୁ ରାତିରେ ଫେରୁଥିବା ସମୟରେ କୌଣସି ଏକ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅନ୍ୟପଟେ ମୃତ ଅର୍ଜ୍ଜୁନଙ୍କ ଭାଇ ଭୀମସେନଙ୍କ ଏତଲା ଆଧାରରେ ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଅର୍ଜ୍ଜୁନଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ପରେ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଇଥିବା ଜଣାପଡିଛି। ଏ ନେଇ ପୁରୁଣାକଟକ ପୁଲିସ ପକ୍ଷରୁ ଏକ ମାମଲା ରୁଜୁକରାଯିବା ସହିତ ଶବବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁରୁଣାକଟକ ଥାନା ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories