www.samajalive.in
Saturday, December 6, 2025
15.1 C
Bhubaneswar

ହାତକୁ ସୁନ୍ଦର ଓ କୋମଳ କରିବାର ପ୍ରାକୃତିକ ଉପାୟ

ସୁନ୍ଦର ଓ କୋମଳ ହାତ ସବୁ ଝିଅଙ୍କର ଇଚ୍ଛା ଥାଏ। କିନ୍ତୁ ବେଳେବେଳେ କିଛି କାରଣ ପାଇଁ ହାତର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ। ସମୟର ଅଭାବ ଯୋଗୁଁ ଆମେ ନିଜ ହାତର ଯତ୍ନ ଠିକ ଭାବେ ନେଇ ପାରି ନଥାଉ। କିନ୍ତୁ ଏପରି କିଛି ଘରୋଇ ଉପାୟ ରହିଛି ଯାହାଦ୍ୱାରା ଆମେ ହାତକୁ କୋମଳ ଓ ସୁନ୍ଦର କରି ପାରିବା। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ..

ଅଣ୍ଡା ଓ ଗ୍ଲିସେରିନ୍‍ :
ଏକ ଚାମଚ ଗ୍ଲିସେରିନ୍‍, ଅଣ୍ଡାର ହଳଦିଆ ଅଂଶ, ଏକ ଚାମଚ ବାଦାମ ଗୁଣ୍ଡ, ଏକ ଚାମଚ ଗୋଲାପ ଜଳକୁ ଭଲ ଭାବରେ ମିଶାନ୍ତୁ। ସେହି ମିଶ୍ରଣକୁ ସପ୍ତାହରେ ୩-୪ ଥର ହାତରେ ଲଗାନ୍ତୁ। ହାତ କୋମଳ ହୋଇଯିବ।

- Advertisement -

ଲହୁଣି ଓ ମହୁ :
ଏକ ଚାମଚ ମହୁ, ତିନି ଚାମଚ ଲହୁଣି ଓ ଏକ ଚାମଚ ଗୋଲାପ ଜଳ କୁ ଭଲ ଭାବରେ ମିଶାନ୍ତୁ। ହାତରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ। ଏହା ଉଭୟ ହାତ ଓ ମୁହଁରେ ଲଗାଇଲେ ମୁହଁ ମଧ୍ୟ ଚମକିବ।

ବାଦାମ କ୍ରିମ୍‍ :
ଦୁଇ ଚାମଚ ବାଦାମ ତେଲ ରେ ଗୋଟେ ଚାମଚ ମହୁ ମିଶାନ୍ତୁ। ରାତିରେ ଶୋଇବା ପୂର୍ବରୁ ସେହି ମିଶ୍ରଣକୁ ହାତରେ ମାଲିସ କରନ୍ତୁ। ତାପରେ ହାତରେ ଗ୍ଲୋବସ୍‍ ପିନ୍ଧି ଶୁଅନ୍ତୁ। ସକାଳୁ ଉଠି ଅଳ୍ପ ଉଷୁମ ପାଣିରେ ହାତକୁ ଧୋଇ ଦିଅନ୍ତୁ। ହାତ କୋମଳ ହୋଇଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories