www.samajalive.in
Saturday, December 6, 2025
16.1 C
Bhubaneswar

କେଶ ପାଇଁ ଉପକାରୀ ପଇଡ ପାଣି

ଶୀତଦିନେ ତ୍ୱଚା ସହ କେଶମୂଳ ମଧ୍ୟ ଶୁଷ୍କ ହୋଇଥାଏ। ଏହାସହ କେଶ ପାଇଁ ରୂପି ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ତଥା କେଶକୁ ରେଶମୀ ଓ କେଶ ଝଡିବା ରୋକିବାକୁ କିଛି ସରଳ ଉପାୟ ରହିଛି। ଯାହାକୁ ଆପଣାଇବା ଦ୍ୱାରା ବେଶ ଲାଭ ହୋଇଥାଏ। ଜାଣନ୍ତୁ….
ପଇଡ – ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ବୋଲି ସଭିଏଁ ଜାଣନ୍ତି। ତେବେ ଏହା କେଶ ପାଇଁ ମଧ୍ୟ ଖୁବ ଉପକାରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆମିନୋ ଏସିଡ୍, ଏନଜାଇମ୍, ଭିଟାମିନ୍ ବି, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ୍ ଭରପୁର ମାତ୍ରାରେ ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, କ୍ଷୀର ଭଳି ପଇଡ ପାଣି ମଧ୍ୟ ଖୁବ ଉପକାରୀ।
କେଶରୁ ରୂପି ଦୂର ପାଇଁ ତଥା କେଶ ଜନିତ ଅନେକ ସମସ୍ୟା ଦୂର କରିଥାଏ। କେଶ ପାଇଁ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରି ପାରିବା।
କେଶକୁ ମଜଭୂତ କରିବା ପାଇଁ ଓ କେଶ ଝଡା ରୋକିବା ପାଇଁ କେଶ ମୂଳରେ ପଇଡ ପାଣି ମାଲିସ କରନ୍ତୁ। ସପ୍ତାହକୁ ୨ ରୁ ୩ ଦିନ ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
କେଶ ମୂଳ କୁଣ୍ଡାଇ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ପାଇବାକୁ ପଇଡ ପାଣି ଖୁବ ଲାଭଦାୟକ। ଏହା କେଶ ମୂଳକୁ ପୋଷକ ତତ୍ତ୍ୱ ଯୋଗାଇବା ସହ ଏହି ସମସ୍ୟା ଦୂର କରେ।
ପଇଡ ପାଣିର ବ୍ୟବହାର କେଶକୁ ନରମ ଓ ରେଶମୀ କରିଥାଏ। କେଶ ମୂଳକୁ ମଧ୍ୟ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ।
ପଇଡ ପାଣିରେ ଲେମ୍ବୁ ରସ ମିଶାଇ ଏହାକୁ କେଶ ମୂଳ ଓ କେଶରେ ଭଲ ଭାବେ ଲଗାନ୍ତୁ। ୨୦ ମିନିଟ ରଖିବା ପରେ କେଶ ଧୋଇ ଦିଅନ୍ତୁ। ଏହି ଉପାୟ ସପ୍ତାହକୁ ୨ ଥର କରନ୍ତୁ।
ପଇଡ ପାଣିରେ ଏକ ଚାମଚ ସେଓ ସିରକା ମିଶାନ୍ତୁ। ଏହାକୁ କେଶରେ ଲଗାଇ ୧୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories