www.samajalive.in
Saturday, December 6, 2025
14.1 C
Bhubaneswar

କେଶ ପାଇଁ ସହଜ ଘରୋଇ ଉପଚାର

ପ୍ରତ୍ୟେକ ଝିଅମାନଙ୍କର ଇଚ୍ଛା ଯେ ତାଙ୍କ କେଶ ଲମ୍ବା, ଘନ ଓ ରେଶମୀ ହେଉ। ମାତ୍ର ବର୍ତ୍ତମାନର ଜୀବନଶେଳୀ ଏପରି କେଶ ପାଇବା ଅସମ୍ଭବ ହୋଇପଡ଼ିଛି। ସମୟର ଅଭାବ ଏହାର ଏକ ମୁଖ୍ୟ କାରଣ। ଏହି କାରଣରୁ ଆମେ ଠିକ ଭାବେ କେଶର ଯତ୍ନ ନେଇପାରି ନଥାଉ। କିଛି ସହଜ ଓ ସରଳ ଉପାୟ ଦ୍ୱାରା ଆମେ କମ ସମୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ…….
ମେଥି –
ରାତିରେ ମେଥିକୁ ଭିଜାଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି କେଶରେ ଲଗାଇ ୨ଘଣ୍ଟା ରଖନ୍ତୁ। ଏହା ପରେ ଏହାକୁ ସାସାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ ଘନ ହୋଇଥାଏ।
ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ –
ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ। ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ।
ଅଲିଭ ଅଏଲ ଓ ଦହି –
ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ।
ଆବଶ୍ୟକ ସାମଗ୍ରୀ –
୧ ଚାମଚ ଅଲିଭ ଅଏଲ
୧କପ ଦହି
୧ ଚାମଚ ଲେମ୍ବୁ ରସ
୨ କପ ପାଣି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ। ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ।ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।
ନଡ଼ିଆ ତେଲ ଓ ମହୁ –
୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ କେଶର ମୂଳରେ ଭଲ ଭାବେ ଘଷି ଲଗାନ୍ତୁ। ରାତିରେ ଲଗାଇ ସକାଳେ ସାମ୍ପୋରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଲମ୍ବା ଓ ଘନ ହେବା ସହ ରେଶମୀ , ଆକର୍ଷିତ ମଧ୍ୟ ହୋଇଥାଏ। ଏହାକୁ ଥରେ ପ୍ରସ୍ତୁତ କରି ୨ରୁ୩ ସପ୍ତାହ ବ୍ୟବହାର କରିପାରିବେ। ଏହା କେଶ ଉପୁଡ଼ିବା ବହୁ ପରିମାଣରେ କମ କରିଥାଏ।
ଅଣ୍ଡା –
ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ ଦିଅନ୍ତୁ। ଏହାକୁ ୨ ଘଣ୍ଟା ରଖିବା ପରେ ସାମ୍ପୋରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories