www.samajalive.in
Sunday, December 7, 2025
15.1 C
Bhubaneswar

‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ : ମୋଦୀ

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ’ ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ସାହସ ଆଣିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତ୍ମନିର୍ଭର ଭାରତ ସିଧାସଳଖ ଦେଶର ଜନ ସାଧାରଣଙ୍କ ମନୋବଳ ସହ ଜଡ଼ିତ। ପ୍ରଧାନମନ୍ତ୍ରୀ ବୁଧବାର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉତ୍ତର ପ୍ରଦେଶର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ୨ ହଜାର ୬୯୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତାରେ ପ୍ରଥମ କିସ୍ତିରେ ୫ ଲକ୍ଷ ୩୦ ହଜାର ହିତାଧିକାରୀଙ୍କୁ ସେମାନଙ୍କର ସହାୟତା ଅର୍ଥ ଦିଆଯିବ ଓ ଦ୍ୱିତୀୟ କିସ୍ତିରେ ୮୦ ହଜାର ହିତାଧିକାରୀଙ୍କୁ ସେମାନଙ୍କର ସହାୟତା ରାଶି ଦିଆଯିବ। ସେହି ୮୦ ହଜାର ହିତାଧିକାରୀ ସେମାନଙ୍କର ପ୍ରଥମ କିସ୍ତିର ଅର୍ଥ ପାଇସାରିଛନ୍ତି।
ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ’ ୫ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା ଓ ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ଦେଶର ଗରିବ ଲୋକମାନେ ସେମାନଙ୍କର ନିଜର ବାସଗୃହ ପାଇପାରିବେ ବୋଲି ସେମାନଙ୍କ ମନରେ ବିଶ୍ୱାସ ଆଣିପାରିଛି। ଗରିବ ଲୋକମାନଙ୍କୁ ଖୁବ୍‍ ଶୀଘ୍ର ସେମାନଙ୍କର ନିଜର ବାସଗୃହ ଯୋଗାଇବା ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ରହିଛି। ଶ୍ରୀ ମୋଦୀ କହିଛନ୍ତି, ଦେଶର ଗରିବ ଲେକମାନଙ୍କର ଦୁର୍ଦ୍ଦଶାର ଦୂରୀକରଣ ପାଇଁ ଏହି ଯୋଜନା ଅଧୀନରେ ୨ କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୬ରେ ଯେତେବେଳେ ଏହି ଯୋଜନା ଆରମ୍ଭ କରାଗଲା, ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ପ୍ରତି କୌଣସି ସମର୍ଥନ ମିଳି ନ ଥିଲା ଓ ଲୋକମାନେ ଏହାକୁ ଭୁଲି ନାହାନ୍ତି। ସେ କହିଛନ୍ତି, ଏହି ଯୋଜନା ଅଧୀନରେ ଉତ୍ତର ପ୍ରଦେଶରେ ୨୨ ଲକ୍ଷ ବାସଗୃହ ନିର୍ମାଣ କରାଯିବ। କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ।
କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ପ୍ରଥମ ଥରପାଇଁ ତାଙ୍କ ମନ୍ତ୍ରଣାଳୟ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଓ ଏହା ମଧ୍ୟରୁ ଏକ ବଡ଼ ଅଂଶ ମନରେଗା କାର୍ୟ୍ୟକ୍ରମ ବାବଦରେ ଯାଉଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୬୧ ହଜାର ହିତାଧିକାରୀ ସେମାନଙ୍କର ନିଜର ବାସଗୃହ ପାଇଛନ୍ତି। ଆଉ ୭ ଲକ୍ଷ ୧୦ ହଜାର ଆବେଦନକାରୀଙ୍କୁ ଚଳିତବର୍ଷ ବାସଗୃହ ଯୋଗାଇ ଦେବାକୁ ଅନୁମୋଦନ କରାଯାଇଛି।
ପ୍ରଧାନମନ୍ତ୍ରୀ କ୍ଷିରି, ଚିତ୍ରକୂଟ, ବାରାଣସୀ, ଅଯୋଧ୍ୟା ଓ ଶାହାରାନ୍‍ପୁର୍‍ର ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଉତ୍ତର ପ୍ରଦେଶ ଗତବର୍ଷ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାର ସଫଳତାର ସହ କାର୍ୟ୍ୟକାରୀ କରିପାରି ଥିବାରୁ ସର୍ବାଧିକ ୯ଟି ଜାତୀୟ ପୁରସ୍କାର ପାଇଥିଲା। ଏହି ଯୋଜନାରେ ଦେଶରେ ଏପର୍ୟ୍ୟନ୍ତ ୧ କୋଟି ୨୬ ଲକ୍ଷ ବାସଗୃହ ନିର୍ମାଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories