www.samajalive.in
Saturday, December 6, 2025
23.1 C
Bhubaneswar

କେଶ ପାଇଁ ଅଁଳା ଓ ମେହେନ୍ଦିର ବ୍ୟବହାର

ସମସ୍ତେ ଲମ୍ବା ଓ ସୁନ୍ଦର କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ପ୍ରଦୂଷଣ, ଧୂଳି, ବାହାରର ଖାଦ୍ୟପେୟ ଦ୍ବାରା କେଶ ସମ୍ବନ୍ଧିତ ଅନେକ ସମସ୍ୟା ଦେଖା ଦେଇଥାଏ। କେଶ ଝଡିବା, ରୂପି ହେବା, ଦୁଇ ମୁହାଁ କେଶ ପରି ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। କେଶକୁ ଠିକ ଭାବେ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ସାମ୍ପ୍ୟୁ ଓ ତେଲ ବ୍ୟବହାର କରିଥାଉ। କିନ୍ତୁ ଅଁଳାକୁ କେଶ ସମସ୍ୟା ପାଇଁ ବ୍ୟବହାର କରିବା ଦ୍ବାରା ଲାଭ ହୋଇଥାଏ। ଅଁଳାରେ ଭିଟାମିନ-ସି, ଆଣ୍ଟିଅକ୍ସିଡାଣ୍ଟ ସମେତ ଅନେକ ପୋଷକ ତତ୍ତ୍ବ ରହିଛି। ଏହା କେଶର ବୃଦ୍ଧି ପାଇଁ ସହାୟକ ହୋଇଥାଏ। ଏହାସହ କେଶକୁ ପ୍ରାକୃତିକ ରୂପେ କଳା କରିବା ସହ ଘନ ଓ ନରମ କରିଥାଏ।

ଆସନ୍ତୁ ଜାଣିବା କେଶ ପାଇଁ ଅଁଳାକୁ କିପରି ବ୍ୟବହାର କରିବା ..

- Advertisement -

ମେହେନ୍ଦି ଓ ଅଁଳା :

ମେହେନ୍ଦି ଓ ଅଁଳାରେ ଥିବା ପୋଷକ ତତ୍ତ୍ବ କେଶର ବିକାଶରେ ସହାୟକ ହୋଇଥାଏ। ଏହା କେଶର ଶିରାକୁ ଠିକ ଭାବେ ରକ୍ତ ସଞ୍ଚାଳନ କରିଥାଏ। ଏହାକୁ କେଶରେ ଲଗାଇବା ଦ୍ବାରା ଅପରିଷ୍କାର ଦ୍ରବ୍ୟ ବାହାର କରି ଭଲ ଭାବେ ସଫା କରିଥାଏ। କେଶକୁ ସଠିକ ପରିମାଣରେ ପୋଷଣ ପହଞ୍ଚାଇଥାଏ।

ମେହେନ୍ଦି ଓ ଅଁଳାର ପେଷ୍ଟ ପ୍ରସ୍ତୁତ ପ୍ରଣାଳୀ :

ସାମଗ୍ରୀ :

ଅଁଳା ପାଉଡର : ୧ଚାମଚ

ମେହେନ୍ଦି ପାଉଡର : ୩ଚାମଚ

ଗରମ ପାଣି

ପ୍ରଣାଳୀ :

ପ୍ରଥମେ ଅଁଳା ପାଉଡର ଓ ମେହେନ୍ଦି ପାଉଡରକୁ ଗରମ ପାଣିରେ ପକାଇ ଭଲ ଭାବେ ଅଳ୍ପ ବହଳିଆର ପେଷ୍ଟ ପ୍ରସ୍ତୁତ କରନ୍ତୁ। ପେଷ୍ଟଟିକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା କେଶକୁ ଅଧିକ ଲାଭ ମିଳିଥାଏ।

ପେଷ୍ଟଟିକୁ ନିର୍ଦ୍ଧାରିତ ସମୟ ପରେ କେଶରେ ଭଲ ଭାବେ ଲଗାଇ ଦିଅନ୍ତୁ। ଏହାକୁ ୨/୩ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। କେଶରେ ମେହେନ୍ଦି ଭଲ ଭାବେ ଶୁଖିଗଲା ପରେ ସାମ୍ପ୍ୟୁ ଲଗାଇ ଭଲ ଭାବେ ଧୋଇ ଦିଅନ୍ତୁ। ପ୍ରତି ସପ୍ତାହରେ ଏହାକୁ ଥରେ କରିବା ଦ୍ବାରା କେଶ ଘନ ଓ କଳା ହେବା ସହ ଠିକ ଭାବେ ବଢିଥାଏ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories