www.samajalive.in
Friday, December 12, 2025
14.1 C
Bhubaneswar

ବେଆଇନ ଗୁଟକା କାରବାରରେ ତାମିଲନାଡ଼ୁର ନେତା ଓ ମନ୍ତ୍ରୀ

ଚେନ୍ନଇ: ତାମିଲନାଡ଼ୁର ୪୦ଟି ସ୍ଥାନରେ ବୁଧବାର ସିବିଆଇ ପକ୍ଷରୁ ଚଢାଉ ଜାରି ରହିଛି। କୋଟିକୋଟି ଟଙ୍କାର ଗୁଟକା କଳାବଜାର ସମ୍ପର୍କର୍ିତ ତଦନ୍ତ କରିବାକୁ ଯାଇ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଉଛି। ଏହି ଦୁର୍ନୀତି ଅଭିଯୋଗରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସି. ବିଜୟଭାସ୍କର ଓ ଡାଇରେକ୍ଟର ଜେନେରାଲ ଅଫ ପୁଲିସ ଟି. କେ ରାଜେନ୍ଦ୍ରନ୍‍ ସିବିଆଇ ସ୍କାନରରେ ରହିଛନ୍ତି।
ତାମିଲନାଡ଼ୁର ଗୁଟକା କମ୍ପାନୀ ମାଲିକଙ୍କ ବାସଭବନ, ଘର ଓ ଗୋଦାମ ଉପରେ ଏକକାଳୀନ ଭାବେ ସିବିଆଇ ଚଢଉ ଆରମ୍ଭ କରିଛି। ତାମିଲନାଡ଼ୁରେ ଗୁଟକା ନିର୍ମାଣ, ବିକ୍ରି ଉପରେ ରାଜ୍ୟ ସରକାର ୨୦୧୩ରୁ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିକି ପାନ ମସଲା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି।
୨୦୧୭ଜୁଲାଇ ୮ରେ ଆୟକର ପକ୍ଷରୁ ଏକ ପାନ ମସଲା କମ୍ପାନୀର ଗୋଦାମ ଉପରେ ଚଢଉ ପରେ ଏଭଳି ବଡ଼ ଦୁର୍ନୀତିର ପର୍ଦାଫାସ ହୋଇଥିଲା। ୨୫୦କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢଉ କରାଯାଇ ଥିଲା। ଏହି ଚଢଉରେ କମ୍ପାନୀର ଏକ ଆୟକର ଫାଇଲ ଦୁର୍ନୀତିର ପର୍ଦାଫାସ କରି ଦେଇଥିଲା। ସମ୍ପୃକ୍ତ ଗୁଟକା କମ୍ପାନୀଠାରୁ ନିୟମିତ ଟଙ୍କା ନେଉଥିବା ବ୍ୟକ୍ତି ବିଶେଷଙ୍କ ନାମ ଓ ଟଙ୍କାର ପରିମାଣ ଏହି ଫାଇଲରେ ଉଲ୍ଲେଖ ହୋଇଥିଲା। ପାଖାପାଖି ୪୦କୋଟି ଟଙ୍କା ନେତା, ମନ୍ତ୍ରୀ ଓ ସରକାରୀ ପଦାଧିକାରୀଙ୍କୁ ତାମିଲନାଡ଼ୁରେ ଗୁଟକା ନିର୍ମାଣ ଓ ବିକ୍ରି ପାଇଁ ଲାଞ୍ଚ ଦିଆଯାଇ ଥିବା ଏହି ଫାଇଲରୁ ଜଣା ପଡ଼ିଥିଲା।
ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।ଏପରିକି ତାମିଲନାଡ଼ୁର ଅବକାରୀ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗକୁ ମଧ୍ୟ ତଦନ୍ତ ପରିସରରେ ଅଣାଯାଇ ଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories