www.samajalive.in
Saturday, December 6, 2025
16.1 C
Bhubaneswar

ଅନାଥ ୪ ଭାଇଭଉଣୀଙ୍କୁ ପ୍ରଶାସନ ଯୋଗାଇଲା ସହାୟତା

ଗୁରୁଡିଝାଟିଆ : ଆଠଗଡ ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତର ଓର୍ଦ୍ଦା ଗାଁର ଅନାଥ ୪ ଭାଇଭଉଣୀଙ୍କୁ ପ୍ରଶାସନ ସହାୟତାର ହାତ ବଢାଇଛି। ମାଆ ମୁକୁତା ଦିଗି ରୋଗରେ ପଡି ମୃତ୍ୟୁବରଣ କରିଥିବା ବେଳେ ଗତ କିଛିଦିନ ତଳେ ବାପା ଘନ ଦିଗିଙ୍କ ମଧ୍ୟ କର୍କଟ ରୋଗରେ ପରଲୋକ ଘଟିଛି । ଫଳରେ ୪ ନାବାଳକ ଭାଇଭଉଣୀଙ୍କ ମୁଣ୍ଡ ଉପରେ ଦୁଃଖର କଳାବାଦଲ ମାଡି ବସିଛି। ଏଭଳି ସ୍ଥିତି ସଂପର୍କରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଅବଗତ ହେବା ପରେ ତୁରନ୍ତ ଅନାଥ ଭାଇଭଉଣୀଙ୍କୁ ଭେଟି ସହାୟତାର ହାତ ବଢାଇବା ପାଇଁ ଆଠଗଡ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ଚଇନିଙ୍କ ନିର୍ଦ୍ଦେଶ ମୁତାବକ ବିଡିଓ ପ୍ରଦୀପ୍ତ କୁମାର ସାହୁ, ମଙ୍ଗଳ ଅଧିକାରୀ ରଞ୍ଜୁ ଦେଇ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବିପିନ ବିହାରୀ ମନ୍ତ୍ରୀ ପ୍ରମୁଖ ଆଜି ବିପନ୍ନ ପିଲାଙ୍କ ନିକଟରେ ଓର୍ଦା ଗାଁରେ ପହ ସେମାନଙ୍କ କଥା ଶୁଣିବା ସହ ନୂତନ ପୋଷାକ ,ଆର୍ଥିକ ସହାୟତା ଯୋଗାଇ ଦେବା ସହ ସେମାନଙ୍କୁ ପାଠ ପଢାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ବିଡିଓଙ୍କ ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ଥାଟୋଇ, ଆଶା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories