www.samajalive.in
Saturday, December 6, 2025
23.1 C
Bhubaneswar

ଆମ୍ବ ତୋଳୁଥିବା ଅବସ୍ଥାରେ ଗଛରୁ ପଡି କୃଷକ ମୃତ

ଗୁରୁଡିଝାଟିଆ : ମଞ୍ଚେଶ୍ୱର ପଞ୍ଚାୟତ ନାରଙ୍ଗବସ୍ତ ଗ୍ରାମର କୃଷକ ଶ୍ରୀନିବାସ ସ୍ୱାଇଁ (୬୦) ଗଛରୁ ଆମ୍ବ ତୋଳୁଥିବା ବେଳେ ଖସି ପଡି ମୃତ୍ୟୁବରଣ କରିବା ଘଟଣା ସମଗ୍ର ନଦୀକୂଳ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସ୍ୱର୍ଗତ ସ୍ୱାଇଁ ନଦୀକୂଳ ଅଞ୍ଚଳରେ ଜଣେ ଆଗ ଧାଡିର କୃଷକ ଥିବା ବେଳେ ଅତ୍ୟନ୍ତ ମେଳାପି ଓ ବନ୍ଧୁବତ୍ସଳ ଥିଲେ।
ପ୍ରକାଶଯୋଗ୍ୟ ଶ୍ରୀ ସ୍ୱାଇଁ ଘର ନିକଟରେ ଥିବା ଆମ୍ବ ଗଛରେ ଚଢି ଆମ୍ବ ପାରୁଥିବା ବେଳେ ଡାଳ ଭାଙ୍ଗିଯିବାରୁ ପଡିଯାଇଥିଲେ। ସେହିଠାରେ ହିଁ ତାଙ୍କର ଜୀବନଦୀପ ଲିଭିଯାଇଥିଲା। ଘରଲୋକ ଖବର ପାଇ ବହୁ ବିଶିଷ୍ଟ ଲୋକ ଶେଷଦର୍ଶନ କରିଥିଲେ। ସାନଭଉଣୀ କଖଡି ସରପଞ୍ଚ କଳ୍ପନା ଛତାର, କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ ଛତାର, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ ଅନନ୍ତପୁର ପଞ୍ଚାୟତ ବ୍ରହ୍ମପୁର ଗାଁ ମୁରବୀ ବାବୁରାମ ସ୍ୱାଇଁ, ବେଣୁଧର ମହାନ୍ତି,ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ଶିକ୍ଷାବିତ୍ ରାଜକିଶୋର ଖଟୁଆ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଡଭାଇ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ସ୍ୱର୍ଗତ ସ୍ୱାଇଁ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ସେନାନୀ ସ୍ୱର୍ଗତ ବୈରାଗି ପଢିଆରିଙ୍କ ନାତି ଅଟନ୍ତି। ଗାଁ ଶ୍ମଶାନରେ ଶେଷକୃତ୍ୟ ସମାପନ ହୋଇଥିବା ବେଳେ ପୁତ୍ର ସମୀର ସ୍ୱାଇଁ ମୁଖାଗ୍ନ ଦେଇଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories