www.samajalive.in
Monday, December 15, 2025
26.1 C
Bhubaneswar

ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନର ଉନ୍ନତିକରଣ ସାଙ୍ଗକୁ ଦ୍ରୂତଗାମୀ ରେଳ ରହଣି ପାଇଁ ବ୍ୟବସ୍ଥା ହେଉ

ଗୁରୁଡିଝାଟିଆ: ଜିଲାର ସର୍ବବୃହତ ଉପଖଣ୍ଡ ଆଠଗଡ । ରାଜନୀତି,ସଂସ୍କୃତି ,ଐତିହ୍ୟ ,କଳା ,ସାହିତ୍ୟ ,ପର୍ଯ୍ୟଟନ ଓ ଶିଳ୍ପ ଆଦି ମାନଚିତ୍ରରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଜିଲ୍ଲାରେ ଆଠଗଡର ଘଣ୍ଟିଖାଲ ଅଞ୍ଚଳ ଶିଳ୍ପ କ୍ଷେତ୍ରରେ ଚର୍ଚ୍ଚିତ ରହିଛି । ଏଠାରେ ୩ଟି ସିମେଣ୍ଟ କାରଖାନା,୩ଟି ଲୂହାଇସ୍ପାତ ଓ ବିଦ୍ୟୁତ୍‌ ଉତ୍ପାଦନ କାରଖାନା ସହିତ ଏକାଧିକ ଛୋଟବଡ କଳକାରଖାନା, ଚିକିତ୍ସାଳୟ, ଗୋପବନ୍ଧୁ ସେବିକା ଶିକ୍ଷା ମହାବିଦ୍ୟାଳୟ ଓ ଚିକିତ୍ସାଳୟ , ସରକାରୀ ଦପ୍ତର ସହିତ ଅଂଶୁପା ହ୍ରଦ , ପ୍ରକୃତି ଉଦ୍ୟାନ, ଭଟ୍ଟାରିକା ,ଧବଳେଶ୍ୱର.ସିଂହନାଥ ଆଦି ମନ୍ଦିର ଏବଂ ଭାରତ ପ୍ରସିଦ୍ଧ ମାଣିଆବନ୍ଧ ଓ ନୂଆପାଟଣା ବାନ୍ଧ ଓ ପାଟଶାଢୀ ଏବଂ ବୌଦ୍ଧ ଧର୍ମର କିର୍ତ୍ତିରାଜୀ ମଧ୍ୟ ରହିଛି । ଯେଉଁଠାକୁ ରାଜ୍ୟ ବାହାରୁ ପର୍ଯ୍ୟଟକ ଓ କର୍ମଚାରୀମାନେ ଯାତାୟାତ କରିଥାନ୍ତି । ହେଲେ ରେଳ ସେବାରେ ସଠିକ ଉପଲବ୍ଧ ନରହିବା ଅନେକାଂଶରେ ପର୍ଯ୍ୟଟକ ,ଶ୍ରଦ୍ଧାଳୁ ଓ କର୍ମଚାରୀମାନଙ୍କୁ ବ୍ୟଥିତ କରିଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ସଠିକ୍‌ ବିକାଶ ହୋଇପାରୁନଥିବା ବେଳେ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଉନ୍ନତି ଘଟୁନାହିଁ ।

ଆଠଗଡ,ତିଗିରିଆ,ବଡମ୍ବା ଓ ନରସିଂହପୁର ର ଜନସାଧାରଣ ଙ୍କ ପାଇଁ ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନ ବେଶ ଉପଯୋଗୀ ଅଟେ । ପୁରୁଣା କଟକ-ସମ୍ବଲପୁର ରାସ୍ତା ନିକଟରେ ଷ୍ଟେସନଟି ଅବସ୍ଥିତ । ଦୈନିକ ଆଠଗଡ-ତିଗିରିଆ ଆଦି ବ୍ଲକର ପ୍ରାୟ ୩ଶହ ଜନସାଧାରଣ ଏହି ରେଳଷ୍ଟେସନ ଦେଇ ଅନୁଗୁଳ-ପୁରୀ ଓ ଖଡଗପୁର-ଖୋର୍ଦ୍ଧା ରେଳଗାଡିରେ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି । ଏହି ଷ୍ଟେସନ ଦେଇ ଅମୃତସର-ବିଶାଖାପାଟଣା, ବିକାନୀର-ପୁରୀ, ଆଜମିର-ପୁରୀ, ସୁରଟ-ପୁରୀ, ଗାନ୍ଧିଧାମ-ପୁରୀ, ସିରିଡିସାଇ-ପୁରୀ, ଭୂବନେଶ୍ୱର-ନୂଆଦିଲ୍ଲୀ, ଭଲସାଦ-ପୁରୀ, ସୋନପୁର-ପୁରୀ ଆଦି ଦ୍ରୁତଗାମୀ ରେଳଗୁଡିକ ସପ୍ତାହର ବିଭିନ୍ନ ଦିନମାନଙ୍କରେ ଯାତାୟାତ କରିଥାନ୍ତି ।

- Advertisement -

ତେବେ ଆଠଗଡ ଭଳି ସମୃଦ୍ଧ ଉପଖଣ୍ଡର ଜନସାଧାରଣ ଏହି ରେଳଷ୍ଟେସନ ଦେଇ କୌଣସି ଦ୍ରୁତଗାମୀ ରେଳ ରହୁ ନଥିବାରୁ ବାଧ୍ୟ ହୋଇ କଟକ, ଭୁବନେଶ୍ୱରରୁ ଖର୍ଚ୍ଚାନ୍ତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ବାଧ୍ୟ ହେଉଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଆଠଗଡର ବିଭିନ୍ନ ସଂଗଠନ ପକ୍ଷରୁ ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନର ଉନ୍ନତିକରଣ ସାଙ୍ଗକୁ ଦ୍ରୂତଗାମୀ ରେଳ ରହଣି ପାଇଁ ଏକାଧିକବାର ଦାବି ପତ୍ର ଦିଆଯାଇଥିବା ବେଳେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । କେନ୍ଦ୍ର ରେଳମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆଠଗଡବାସୀଙ୍କୁ ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନରୁ ଦ୍ରୁତଗାମୀ ରେଳ ଜରିଆରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତାୟାତ ପାଇଁ ସୁବିଧା ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରିବା ନିମନ୍ତେ ଦାବି ହୋଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories