ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀ ଗିରଫ

ଗୁରୁଡିଝାଟିଆ: ବିବାହର ୧୦ବର୍ଷ ପରେ ମଧ୍ୟ ନିଜର ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ସାଉରିଆ ଗ୍ରାମର ରୂପକ ଜେନା ନାମକ ଯୁବକକୁ ଗିରଫ କରିଛି । ୨୦୧୪ ମସିହାରେ ରୂପକ ଏହି ଥାନା ଅନ୍ତର୍ଗତ ପଇଲାବର ଗ୍ରାମର ବନିତାକୁ ବିବାହ କରିଥିଲେ । ହେଲେ ବିଭିନ୍ନ ସମୟରେ ମାରଧର କରିବା ସହିତ ଗାଳିଗୁଲଜ କରି ନିର୍ଯ୍ୟାତନା ଦେଉଥିବା ନେଇ ବନିତା ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବନିତାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପୂର୍ବକ ପୁଲିସ ସ୍ୱାମୀ ରୂପକକୁ ଗିରଫ କରିଛି ।

Comments are closed.