ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଉଛିା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାତଦିନ ବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛିା ମଙ୍ଗଳବାର ଏହି ସପ୍ତାହିକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀଙ୍କ ମୂଳଦୁଆ ଶିକ୍ଷାକୁ ଗୁରୁତ୍ୱ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ( ଏଫ୍.ଏଲ୍.ଏନ୍. ଦିବସ) ପାଳନ କରାଯାଇଛିା
ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ପାଇଁ କର୍ମଶାଳା, ଆଲୋଚନା, ଅଧିବେଶନ ଆଦି ଆୟୋଜନ କରାଯାଇ ସହଜ ଓ ସରଳ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲାା ଏଥିସହିତ ଛାତ୍ରଛାତ୍ରୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତାଗୁଡ଼ିକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯଥା- ଗଣିତ କ୍ଲବ୍, କାହାଣୀ ପଢ଼ିବା, ଗଣିତ ଓ ସଂଖ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଖେଳ, ପିଲାଙ୍କ କଳ୍ପନା ଶକ୍ତିକୁ ବଢ଼ାଇବା ପାଇଁ କଳା ଓ ହସ୍ତଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟକଳାପ, ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏଫ୍.ଏଲ୍.ଏନ୍ ମେଳାର ଆୟୋଜନ କରାଯାଇଥିଲାା
ତୃତୀୟ ଶ୍ରେଣୀ ପାଠ ସରିବାବେଳକୁ ପିଲାଟି ବହି ପଢ଼ିବାରେ ସକ୍ଷମ ହେଉଥ#ବ ଏବଂ ଗାଣିତିକ ପ୍ରଣାଳୀର ବ୍ୟବହାରକୁ ମଧ୍ୟ ସଠିକ୍ ଭାବରେ ବୁଝିପାରୁଥ#ବ, ଏହା ହିଁ ଏଫ.ଏଲ.ଏନ୍ ର ମୂଳ ଉଦ୍ଦେଶ୍ୟା ୨୦୨୭ ମସିହା ସୁଦ୍ଧା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏଫ୍.ଏଲ୍.ଏନ୍ କୁ ସଫଳ କରିବା ପାଇଁ ନୂତନ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛିା
ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ(ଏକକ୍ତ)ସମ୍ବନ୍ଧିତ ବ୍ୟାପକ ସଚେତନତା ସୃଷ୍ଟି ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯନ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛିା ଶପଥ ପାଠ, ପ୍ରଦର୍ଶନୀ, ଏକକ୍ତ ଷ୍ଟଲ, ଗଳ୍ପ କଥନ, ଗୀତ ମାଧ୍ୟମରେ ଶିକ୍ଷାଦାନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ, ଗୋଷ୍ଠୀ ସହଯୋଗିତା, ଶ୍ରେଣୀ କାର୍ଯ୍ୟ ପଦର୍ଶନ, ଶ୍ରେଣୀ ଶିକ୍ଷାରେ ଯାଦୁ ପେଡ଼ିର ବ୍ୟବହାର ଇତ୍ୟାଦି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ କରାଯାଇଥ#ଲାା ୪୪ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାଳୟର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତିା
ଏହି ଦିବସ ପାଳନ ମାଧ୍ୟମରେ ଗୋଷ୍ଠୀ-ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛିା ଶିକ୍ଷା ସପ୍ତାହ ପାଳନ ଅବସରରେ ଏଫ୍.ଏଲ୍.ଏନ୍ କୁ ବ୍ୟାପକ କରିବା ଦ୍ୱାରା ସମଗ୍ର ଦେଶରେ ଶିକ୍ଷାକ୍ଷେତ୍ରରେ ସମାନତା ଓ ସାମଗ୍ରିକ ବିକାଶ ବୃଦ୍ଧି ପାଇବା ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସରେ ପ୍ରତ୍ୟେକଟି ଶିଶୁ ଉଚ୍ଚଶିକ୍ଷାର ଯାତ୍ରାରେ ଯେପରି ଅଧିକରୁ ଅଧ#କ ଦକ୍ଷତାର ସହ ଆଗକୁ ବଢ଼ିପାରିବ ସେଥିପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଉଛିା



