www.samajalive.in
Monday, December 15, 2025
26.1 C
Bhubaneswar

ଆଦର୍ଶ କଏଦୀ ଗୃହରେ କରୋନା ସ୍ୱାବ ସଂଗ୍ରହ, ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ୭ କରୋନା ସଂକ୍ରମିତ ଚିହ୍ନଟ

ଗୁରୁଡିଝାଟିଆ: ରାଧାରମଣପୁର ସ୍ଥିତ ଆଦର୍ଶ କଏଦୀ ଗୃହରେ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ସ୍ୱାବ ସଂଗ୍ରହ କରାଯାଇଛି। କଏଦୀ ଗୃହରେ ଥିବା ୧୩୪ଜଣ କଏଦୀଙ୍କ ସହିତ ୧୮ଜଣ କର୍ମଚାରୀଙ୍କ ସ୍ୱାବ ନମୁଦା ସଂଗ୍ରହ କରାଯାଇଛି। ୭୫ଜଣଙ୍କ ଆଣ୍ଟିଜେନ ଦ୍ୱାରା ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ୫୯ ଜଣଙ୍କ ଆରଟିପିସିଆର ଜରିଆରେ ସ୍ୱାବ ସଂଗ୍ରହ କରାଯାଇଥିଲା। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉପସ୍ଥିତ ରହି କଏଦୀଙ୍କ ସ୍ୱାବ ସଂଗ୍ରହ କରିଥିଲେ। ଆୟୁଷ ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ, ବ୍ଲକ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ସତ୍ୟ ସମ୍ଭ୍ରମ ବେଉରା, ସୋନାଲି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଡାକ୍ତର ଡାସଙ୍କୁ ସ୍ୱାବ ସଂଗ୍ରହରେ ସହଯୋଗ କରିଥିଲେ। କାରାଗାର ମୁଖ୍ୟ ସୌଭାଗ୍ୟ କୁମାର ବଳ ଓ ଫାର୍ମାସିଷ୍ଟ ଯଶୋବନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି କରୋନା ସ୍ୱାବ ସଂଗ୍ରହ କରାଯାଇଥିଲା। ୪୯ଜଣଙ୍କ ଆଣ୍ଟିଜେନ ଓ ୩୩ଜଣଙ୍କ ଆରଟିପିସିଆର ଦ୍ୱାରା ସ୍ୱାବ ସଂଗ୍ରହ କରାଯାଇଥିଲା। ୪୯ଜଣଙ୍କ ମଧ୍ୟରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧ଜଣ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି। ନୂଆଶାସନରୁ ୩୦ବର୍ଷିୟ ଯୁବକ, ମଙ୍ଗରାଜପୁର ର ୨୪ବର୍ଷିୟ ଯୁବକ, ବାଳିର ୩୦ବର୍ଷିୟ ଯୁବକ, ଗୋବରା ରୁ ୬୩ବର୍ଷିୟ ମହିଳା, ଚଷାପଡାର ୨୧ବର୍ଷିୟ ଯୁବକ,ରାଧାକିଶୋରପୁର ର ୬୪ବର୍ଷିୟ ବ୍ୟକ୍ତି ଓ ମାଧବପୁର ର ୬୦ବର୍ଷିୟ ବରିଷ୍ଠ ନାଗରିକ କରୋନାରେ ଆକ୍ରାନ୍ତ ହୋଇଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ପ୍ରକାଶ କରିଛନ୍ତି। ସମସ୍ତେ ଘରେ ସଂଗରୋଧ ରହିଥିବା ଡାକ୍ତର ଶ୍ରୀ ଦାସଙ୍କ ଠାରୁ ପ୍ରକାଶ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories