ଡାଳଭାଗ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ

ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଡାଳଭାଗ ପଞ୍ଚାୟତରେ ଆଜି ୧କୋଟି ୨୦ ହଜାର ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପଞ୍ଚାୟତକୁ ଏକ ପ୍ରମୁଖ ପଞ୍ଚାୟତ ରୂପେ ଗଢିତାଳିବା ଓ ଏହାର ଜନସାଧାରଣଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତପାହାନ୍ତାରେ ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି କହିଥିଲେ। ଡାଳଭାଗ କଲ୍ୟାଣମଣ୍ଡପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଆଜି ଶୁଭଉଦଘାଟନ ହୋଇଥିଲା। ଏହି ଉଦଘାଟନୀ ଉତ୍ସବରେ ଜୋନ୍‍ ୨ ଜିଲ୍ଲା ପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ, ଜୋନ ୩ ଜିଲ୍ଲାପରିଷଦ ସଦସ୍ୟା ଜାନକୀଲତା ନାଏକ, ସରପଞ୍ଚ ରଞ୍ଜନ ବେଉରା, ସମିତିସଭ୍ୟା ପ୍ରତିଭା ସେନାପତି, ପୂର୍ବତନ ସରପଞ୍ଚ ବ୍ରହ୍ମାନନ୍ଦ ବେଉରା ଓ ଯୁବନେତା ଗଦାଧର ସେନାପତି ପ୍ରମୁଖ ଯୋଗ ଦେଇଥିଲେ।

Comments are closed.