କାଦୁଆ ନୂଆଗାଁରେ ରକ୍ତଦାନ ଶିବିର, ୩୭ୟୁନିଟ ରକ୍ତ ସଂଗୃହୀତ

ଗୁରୁଡିଝାଟିଆ: ଗୋବରା ପଞ୍ଚାୟତ ଅନ୍ତର୍ଗତ କାଦୁଆନୁଆଗାଁରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଛି। ଗ୍ରାମର ଗାନ୍ଧୀ ମେମୋରିଆଲ ୟୁଥ କ୍ଲବ, ଗ୍ରାମବାସୀ ଙ୍କ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିିବିରରେ କିରଣ ଫାଉଣ୍ଡେସନ ସହାୟତା ପ୍ରଦାନ କରିଥିଲେ। କଟକ ବଡମେଡିକାଲ ରକ୍ତ ଭଣ୍ଡାରର ଡାକ୍ତର ନିର୍ମଳା ଦାସ ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକର୍ମଚାରୀ ବିକ୍ରମ ବାରିକ, କାହ୍ନୁ ସାହୁ, ଆଲୋକ ବସନ୍ତିଆ, ସନ୍ତୋଷ ସାହୁ, ସୌମ୍ୟ ରଞ୍ଜନ ମଲ୍ଲିକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଗାନ୍ଧୀ ମେମୋରିଆଲ ୟୁଟ କ୍ଲବର ସଭାପତି ରବିନ୍ଦ୍ର କୁମାର ସାହୁ, ସଂପାଦକ ଦେବେନ୍ଦ୍ର ସାହୁ, ଚତୁର୍ଭୁଜ ସାହୁ ଓ ଗୁରୁଡିଝାଟିଆ ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ,କିରଣ ଫାଉଣ୍ଡେସନର ସଂପାଦକ ମୋହନ ଦାସ, କୋଷାଧ୍ୟକ୍ଷ ରିତେଶ ଥାଟୋଇ ପ୍ରମୁଖଙ୍କ ସହ ଗ୍ରାମ ମୁରବୀମାନେ ଉପସ୍ଥିତ ରହି ଶିିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ୩୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Comments are closed.