ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଗୋପବନ୍ଧୁ ସେବିକା ଶିକ୍ଷାନୁଷ୍ଠାନ ପକ୍ଷରୁ ସଚେତନତା ଶୋଭାଯାତ୍ରା

ଗୁରୁଡିଝାଟିଆ: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ଶିକ୍ଷାନୁଷ୍ଠାନ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟଫାଟକ ନିକଟରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ରାଉଳ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ ପଞ୍ଚାୟତର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା ପ୍ରଦାନ କରିବା ଦ୍ୱାରା ସେମାନେ ସୁସ୍ଥ ଓ ନୀରୋଗ ରହିପାରିବେ ବୋଲି କହିବା ସହ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ।

ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରା ଚମ୍ପାପୁର, ମାଧବପୁର ଓ ମହାକାଳବସ୍ତ ଗ୍ରାମ ପରିକ୍ରମା କରି ସ୍ୱାସ୍ଥ୍ୟ ସଂପର୍କିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ମହାକାଳବସ୍ତ ଗ୍ରାମ ମଣ୍ଡପରେ ସ୍ୱାସ୍ଥ୍ୟ ସଂପର୍କିତ କ୍ଷୁଦ୍ର ନାଟକ ସେବିକା ବିଦ୍ୟାର୍ଥୀମାନେ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାକାଳବସ୍ତ,ମାଧବପୁର ଓ ଚମ୍ପାପୁର ଆଦି ଗ୍ରାମର ମୁରବୀମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ବିକ୍ରମ କେଶରୀ ରାଉତ, ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେବିକା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏଡଉଇନ୍ ଗ୍ରାମବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

Comments are closed.