ଗୁରୁଡିଝାଟିଆ: ଖାଦ୍ୟ ଅନ୍ୱେଷଣରେ ହାତୀ ଜନବସତି ମୁହାଁ ହେଲେଣି। ଗତକାଲି ରାତିରେ ୩ଟି ହାତୀ ଖୁଣ୍ଟୁଣୀ କଲେଜ ନିକଟରେ ଥିବା ବସ୍ତି ଭିତରେ ପଶି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ମାହେଶ୍ୱରୀ କାରଖାନା ଭିତରେ ପଶିଥିଲେ। ଦିନ ତମାମ ହାତୀ ୩ଟି ପରିସରରେ ଥିବା ଆମ୍ବ ଓ ଅନ୍ୟାନ୍ୟ ଗଛ ଗହଳରେ ରହିଥିଲେ। ସେହିପରି ଦୁଇଟି ମାଈ ଓ ଗୋଟିଏ ଛୁଆହାତୀ ଖୁଣ୍ଟୁଣୀ ନିକଟରେ ଥିବା ଡାବରସାହି ଧାନକ୍ଷେତରେ ପଶି ଧାନ ଖାଇଥିଲେ। ବନକର୍ମଚାରୀମାନେ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ହାତୀମାନଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ସେଥିରେ ସଫଳତା ମିଳୁନାହିଁ। ହାତୀଗୁଡ଼ିକ ଜନବସତିକୁ ପଶି ଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରରେ ରହୁଥିବା ଜଣାପଡ଼ିଛି। ହାତୀ ଘଉଡ଼ାଇବା ପାଇଁ ବନାଞ୍ଚଳ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ସ୍ଥାନୀୟ ଲୋକଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
Popular Categories



