ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିଛି ମୃୁତ୍ୟୁର ଯନ୍ତା

ଗୁରୁଡିଝାଟିଆ: ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଧବଳେଶ୍ୱର ଠାରୁ କଖଡି ପର୍ଯ୍ୟନ୍ତ ଖାଲଖମାରେ ପରିଣତ ହୋଇଯାଇଛି। ଅସରାଏ ବର୍ଷାପାଣିରେ ରାସ୍ତାରେ ହୋଇଥିବା ଗର୍ତ୍ତ ପାଣି ଭତ୍ତି ହେବା ଫଳରେ ରାସ୍ତାର ପ୍ରକୃତ ସ୍ଥିତି ଜାଣିନପାରି ଗାଡିଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୈନିକ ବାଇକ ଚାଳକ ରାସ୍ତାର ଖାଲରେ ପଡି ଆହତ ହୋଇ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମହାନଦୀର ନୂଆପାଟଣା ଠାରେ ମଧୁସୂଦନ ସେତୁ ହେବା ପରେ ପଶ୍ଚିମ ଓଡିଶା ଏବଂ ଅନୁଗୁଳ, ଢେଙ୍କାନାଳ ସହିତ ଆଠଗଡ ଆଦି ସହରର ଜନସାଧାରଣଙ୍କ ପାଇଁ କଟକ ଓ ଭୂବନେଶ୍ୱର ସ୍ୱଳ୍ପ ଦୂରତା ହୋଇଛି। ଫଳରେ ଦୈନିକ ଶହଶହ ସଂଖ୍ୟାରେ ଗାଡି ଯାତାୟାତ କରୁଛି। ଏପରିକି ବହୁ ଗାଡିଚାଳକ ଢେଙ୍କାନାଳ ଓ ଅନୁଗୁଳରୁ ବାଇକ ଯୋଗେ କଟକ ଭୂବନେଶ୍ୱର ଆସୁଛନ୍ତି। ରାସ୍ତାରେ ୪ ରୁ ୫ ଫୁଟ ଓସାରର ଗାତରେ ବର୍ଷାପାଣି ଭରି ରହିଛି।

 

prayash

ବିଶେଷତଃ ଧବଳେଶ୍ୱର ସାଇକେଲ ଷ୍ଟାଣ୍ଡ ଓ ବିଦ୍ୟାଧରପୁର ନିକଟର ଏକପ୍ରକାର ମୃତ୍ୟୁର ଯନ୍ତା ପାଲଟିଛି ରାସ୍ତାଟି। ରାସ୍ତା ଓ କୋଠାବାଡି ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବହୁ ରାଜନେତା ଏବଂ ସାଧାରଣ ଜନତା ଦୈନିକ ରାସ୍ତାର ଦୂରାବସ୍ଥା ପାଇଁ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିଲେ ମଧ୍ୟ ଏହାର ସୁଧାର ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ରାସ୍ତା ମରାମତିରେ ଉଦାସୀନତା ପରୋକ୍ଷରେ ଗାଡିଚାଳକଙ୍କ ପାଇଁ ମୃତ୍ୟୁ ଡାକି ଆଣୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ଦାବି ଜଣାଇଛନ୍ତି।

kalyan agarbati

Comments are closed.