www.samajalive.in
Sunday, December 7, 2025
18.1 C
Bhubaneswar

ଆଠଗଡ ନଅସାହି ତୈଳିକ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ଠାରେ ଆଠଗଡ ନଅସାହି ତୈଳିକ ବୈଶ୍ୟ ସମାଜର ୭୯ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।  ୨ଦିନ ଧରି ଚାଲିଥିବା ଏହି ଅଧିବେଶନରେ ପ୍ରଥମ ଦିନରେ ଶ୍ରୀ ଶ୍ରୀ ଭଗବତ ଗୋସାଇଁଙ୍କ ବିମାନ ଓ ସାଧବ ଜାତିର ସନ୍ତକ ଧର୍ମର୍ବୋଇତ ଓ ସାଧବପୁଅ ମାନଙ୍କୁ ସୁସଜ୍ଜିତ କରି ଏକ ବର୍ଣ୍ଣାଢ୍ୟ ପରିବେଶରେ ଗ୍ରାମ ପରିକ୍ରମା କରାଯାଇଥିଲା । ଭଗବତ ଗୋସାଇଁ ସଭାସ୍ଥଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ସଭାପତି ପ୍ରାଧ୍ୟାପକ ଡଃ ରାଜନ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ବାର୍ଷିକ ଅଧିବେଶନରେ ନିଖିଳ ଉକ୍ରଳ ତୈଳିକ ବୈଶ୍ୟ ମହାସଭାର ସଭାପତି ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ ।

ତାହା ସହ ଏ ଜାତି ଏକ ମହାନଜାତି ଏହି ଜାତିର ପୂର୍ବର୍ପୁରୁଷ ମାନେ କିଭଳି ଜଳପଥରେ ନୌବାଣିଜ୍ୟ କରିବା ପାଇଁ ସୁଦୂର ଜାଭା, ସୁମାତ୍ରା, ବର୍ଣ୍ଣାଓ ଓ ବାଲିଦୀପକୁ ଯାଇ ବାଣିଜ୍ୟ କରୁଥିଲେ ସେ ସଂପର୍କରେ ଆଲୋକ ପାତ କରିଥିଲେ ବୈଶ୍ୟ ମହାସଭାର ସଭାପତି ରଘୁନାଥ ସାହୁ ।  ଅନ୍ୟମାନଙ୍କ ମଧ୍ୟରେ ସ୍ନେହୀ ସାମଜ ସଭାପତି ତଥା ରାଜ୍ୟ ସାଧବ ଋଣ ସମବାୟ ବ୍ୟାଙ୍କର ବରିଷ୍ଠ ସଦସ୍ୟ ଅନନ୍ତ ଚରଣ ସାହୁ, ନିଖିଳ ଉତ୍କଳ ବୈଶ୍ୟ ମହାସଭା କାର୍ଯ୍ୟକାରୀ ସଭାପତି ବିପ୍ରଚରଣ ସାହୁ, ଡିଏଭି ବିଦ୍ୟାଳୟ ଶିକ୍ଷୟିତ୍ରୀ ଲିଲିମା ସାହୁ, ସ୍ନେହୀ ସମାଜର ବରିଷ୍ଠ ସଦସ୍ୟ ନିଧି ସାହୁ , ଜୋନ-୩ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚ ଶକ୍ତିକାନ୍ତ ସାହୁ, କଟକିଆସାହି ସରପଞ୍ଚ ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ।  ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ପ୍ରାଧ୍ୟାପକ ଡଃ ସାହୁ ଅଧିବେଶନ ଅନୁଷ୍ଠିତ ହେଉଥିବା ଅନନ୍ତପୁର ଗ୍ରାମର ଇତିହାସ ସଂପର୍କରେ ଆଲୋକପାତ କରିବା ସହିତ ଏ ଜାତିର ପୂର୍ବପୁରୁଷମାନଙ୍କ ସ୍ମୁତିଚାରଣ କରି ଆଜିର ଯୁବ ସମାଜ ସେମାନଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଆଗେଇ ଚାଲିଲେ ଏଜାତିର ଗାରିମା ଶିଖର ଛୁଇଁ ପାରିବ ବୋଲି ଉପସ୍ଥିତ ସ୍ୱଜାତୀୟ ଭାଇ ବନ୍ଧୁ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ଆପଣେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

- Advertisement -

ଅନନ୍ତପୁର ସାହିଭାଇମାନଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଅଧିବେଶନରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଭରଣ ଚରଣ ବେହେରା, ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ, ସଂପାଦକ ଅଶୋକ କୁମାର ସାହୁ, ସହସଂପାଦକ ଜୟଦେବ ସାହୁ, ସଂଗଠନ ସଂପାପକ ମଳୟ କୁମାର ସାହୁ, ସଦର ବେହେରା ବସନ୍ତ କୁମାର ସାହୁ, ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ, ନାରାୟଣ ସାହୁ, ପ୍ରଫୁଲ କୁମାର ସାହୁ, ଭାଗିରଥି ସାହୁ, ବିଦ୍ୟାଧର ସାହୁ, ଲକ୍ଷ୍ମୀପ୍ରସାଦ (କ) ସାହିର ବେହେରା ମାଗୁଣୀ ଚରଣ ସାହୁ, କୁଲାଇଲୋ ସାହି ବେହେରା ନବକିଶୋର ସାହୁ, ନୂଆପାଟଣା ସାହି ବେହେରା ରୋହିତ କୁମାର ସାହୁ, କଖଡି ସାହିର ବେହେରା ଅନ୍ତର୍ଯ୍ୟାମୀ ସାହୁ, ଇଚ୍ଛାପୁର ସାହିର ବେହେରା ରବିନ୍ଦ୍ରନାଥ ସାହୁ, ଖୁଣ୍ଟୁଣୀ ସାହିର ସାହିବେହେରା ନାରାୟଣ ସାହୁ , ଲକ୍ଷ୍ମୀପ୍ରସାଦ(ଖ) ସାହିର ବେହେରା, ଦୋରଡ ସାହିର ବେହେରା, କନ୍ତୋଲ ସାହିର ବେହେରା, ଓ ଅନନ୍ତପୁର ସାହିର ସାହି ବେହେରାଙ୍କ ସହିତ ସମସ୍ତ ସାହିଭାଇମାନେ ଯୋଗଦେଇଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories