www.samajalive.in
Friday, December 12, 2025
14.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ଗୁରୁଡିଝାଟିଆର ପ୍ରାଚୀନ ମଦନମୋହନ ମନ୍ଦିର

ଗୁରୁଡିଝାଟିଆ: ଗୁରୁଡିଝାଟିଆ ପୂର୍ବ ଆଠଗଡ ଭାବେ ବେଶ ପରିଚିତ। ଗୁରୁଡିଝାଟିଆ ଅଞ୍ଚଳର ପ୍ରାଚୀନ କୀର୍ତ୍ତିରାଜି, ପରମ୍ପରା ଓ ସଂସ୍କୃତିକୁ ବାଦଦେଇ ଆଠଗଡ ଇତିହାସ ଲେଖିବା ସମ୍ଭବପର ନୁହେଁ। ରାଜାରାଜୁଡାଙ୍କ ସମୟରେ ଆଠଗଡର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା ମନ୍ଦିର। ଏହାର ଉଦାହରଣ ହେଉଛି ଗୁରୁଡିଝାଟିଆର ମଦନମୋହନ ମନ୍ଦିର। ସାଂସ୍କୃତିକ ଭାବଧାରାକୁ ଅତୁଟ ରଖି ଆଧ୍ୟାତ୍ମିକ କ୍ଷେତ୍ରରେ ସମଗ୍ର ଆଠଗଡ ଅଞ୍ଚଳରେ ଏକ ସମୃଦ୍ଧ ସଭ୍ୟତାର ଅଭିବୃଦ୍ଧି ପାଇଁ ମନ୍ଦିର ନିର୍ମିତ ହୋଇଥିଲା। ଏହାର ପରିଚାଳନା ରାଜାରାଜୁଡାମାନେ କରୁଥିବା ବେଳେ ଏବେ ଦେବୋତ୍ତର ବିଭାଗ ଏହାର ସମସ୍ତ କାର୍ଯ୍ୟକୁ ସଂପାଦନ କରୁଛି। ଏପରିକି ମନ୍ଦିରର ପୂଜକଙ୍କ ପାଇଁ ଠାକୁରଙ୍କ ନାମରେ ଜମି ମଧ୍ୟ ରହିଛି। କିନ୍ତୁ ଗୁରୁଡିଝାଟିଆ ମଦନମୋହନ ମନ୍ଦିର ପ୍ରାୟ ୨ଶହ ବର୍ଷର ହୋଇଥିଲେ ମଧ୍ୟ ଏବେ ରକ୍ଷଣାବେକ୍ଷଣା ଅଭାବରୁ ମନ୍ଦିର ଉପରେ ୧୦ଫୁଟ ଉଚ୍ଚର ଗଛ ଉଠି ମନ୍ଦିରକୁ ଫଟାଇଦେଲାଣି।

 

- Advertisement -

ମନ୍ଦିରର ଏକାଧିକ ସ୍ଥଳରେ ଏଭଳି ଗଛ ଉଠିଥିଲେ ମଧ୍ୟ ଆଠଗଡ ଦେବୋତ୍ତର ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ଏକଥା ନୁହେଁ ଯେ ଆଠଗଡ ଦେବୋତ୍ତର ବିଭାଗ ମନ୍ଦିରର ଦୂରାବସ୍ଥା ସଂପର୍କରେ ଅବଗତ ନାହାନ୍ତି। ଗୁରୁଡିଝାଟିଆର ଉତ୍ସାହି ଯୁବକମାନେ ଏକାଧିକବାର ମନ୍ଦିରର ଉନ୍ନତି, ରଙ୍ଗଲଗାଇବା ସଂପର୍କରେ ଆଠଗଡ ଦେବୋତ୍ତର କାର୍ଯ୍ୟାଳୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ହେଲେ ତାର ସୁଫଳ ମିଳିପାରିନାହିଁ। ଗତ ୨ବର୍ଷତଳେ ଗାଁର ଯୁବକମାନେ ମିଶିକରି ମନ୍ଦିର ଉପରେ ହୋଇଥିବା ଗଛଗୁଡିକୁ କାଟିବା ସହିତ ଊଇଖାଇଯାଇଥିବା ମନ୍ଦିରର ପୁନଉଦ୍ଧାର କରିଥିଲେ। ହେଲେ ଏବେ ପୁଣି ମନ୍ଦିର ଉପରେ ଗଛ ଉଠିଲାଣି। ଦେବୋତ୍ତର ବିଭାଗର ଉଦାସୀନତା ପାଇଁ ରାଜାରାଜୁଡାଙ୍କ ସମୟରୁ ଗ୍ରାମର ବୁଦ୍ଧିଜୀବିମାନଙ୍କ ମହତ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ମଦନମୋହନ ମନ୍ଦିରଟି ଏବେ ଭଗ୍ନାବସ୍ଥାକୁ ଆସିବାର ସମ୍ଭାବନା ଦେଖାଦେଇଛି। ତେଣୁ ଦେବୋତ୍ତର ବିଭାଗ ସଠିକ୍ ଭାବରେ ଅନୁଧ୍ୟାନ କରି ଏହାର ରକ୍ଷଣାବେକ୍ଷଣା କରିବା ପାଇଁ ସ୍ଥାନୀୟ ମୁରବୀ ଓ ଆଧ୍ୟାତ୍ମିକବାଦୀମାନେ ଦାବି କରିଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories