www.samajalive.in
Saturday, December 6, 2025
16.1 C
Bhubaneswar

ଯୁବ ସଂଗଠକଙ୍କ ଦ୍ୱାରା ଡେରାରେ ଅଖିମୁଠି ଅନୁକୂଳ

ଗୁରୁଡିଝାଟିଆ: ଗୁରୁଡିଛାଟିଆ ପଞ୍ଚାୟତ ଡେରାରେ କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନୁଷ୍ଠିତ ହୋଇଛି। ଯୁବ ସଂଗଠକ ଅଭୟ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖିମୁଠି ଅନୁକୂଳ କରି ପୂଜାର୍ଚ୍ଚନା କରିବା ସହ ବିହନ ବୁଣିଥିଲେ। ଏହି ଅବସରରେ ଶ୍ରୀ ବାରିକ କୃଷକ ଆମର ଅନ୍ନଦାତା, ସେମାନଙ୍କ ବିକାଶ, ଅଭିବୃଦ୍ଧି ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ। କାଳିଆ ଯୋଜନାଠାରୁ ଆରମ୍ଭ କରି ଚାଷକ୍ଷେତ୍ରକୁ ଜଳ ଏହାର ନମୁନା ଅଟେ। କୃଷକମାନଙ୍କ ସୁଖ ସମୃଦ୍ଧି ସହିତ ଚଳିତ ଖରିଫ ଋତୁରେ ଶସ୍ୟକ୍ଷେତ୍ର ସବୁଜିମାରେ ଭରିଉଠିବା ପାଇଁ ଆଶାବ୍ୟକ୍ତ କରିବା ସହ ଗୁରୁଡିଝାଟିଆ ଅଞ୍ଚଳର କୃଷକମାନଙ୍କ ସହିତ ସବୁ ସମୟରେ ଦୁଃଖସୁଖରେ ରହିବା ପାଇଁ ଶପଥ ନେଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories