www.samajalive.in
Saturday, December 6, 2025
26.1 C
Bhubaneswar

ଟିକାନେବା ପରେ ଯୁବକଙ୍କ ଶରୀରରେ ଚୁମ୍ବକୀୟ ବଳୟ ସୃଷ୍ଟି! ; ଥାଳିଆ,ଚାମୋଚ ଶରୀରରେ ଲାଗିରହିଛି

ଗୁରୁଡିଝାଟିଆ: କରୋନା କବଳରୁ ରକ୍ଷା ପାଇଁ ସରକାର ଟିକାକରଣ ଦିଗରେ ଦେଇଛନ୍ତି ଅଧିକ ଗୁରୁତ୍ୱ। ଏପରିକି ଟିକା ନେବା ପାଇଁ ମଧ୍ୟ ଜନସାଧାରଣଙ୍କ ଭିତରେ ଅହେତୁକ ଆଗ୍ରହ ବଢିଯାଇଛି। ହେଲେ କେତେକ ଲୋକମାନଙ୍କ ଶରୀରରେଟୀକାନେବା ପରେ ଚୁମ୍ବକିୟ ବଳୟ ସୃଷ୍ଟି ହୋଇଛି। ଶରୀରରେ ଥାଳିଆ, ଚାମୋଚ ଓ ଖୁଚୁରା ମୁଦ୍ରା ଲାଗିରହିଥିବାର ଦେଖାଯାଇଛି। ଏଭଳି ଦୃଶ୍ୟ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ କର୍ମଚାରୀ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ନିକଟରେ ଦେଖାଦେଇଛି। ଶ୍ରୀ ମହାପାତ୍ର ବସିଥିବା ବେଳେ ଏକ ଷ୍ଟିଲ ପାତ୍ରକୁ ଅନ୍ୟମନସ୍କ ବସତଃ ନିଜ ଶରୀରରେ ଲଗାଇଦେଇଥିଲେ। ଦେଖିବାକୁ ପାଇଥିଲେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଛି ଶରୀରରେ। ଥାଳିଆଟି ଭିଡିବା ପରେ ଶରୀରରୁ ଅଲଗା ହୋଇଛି।

 

- Advertisement -

ଏହାପରେ ମନରେ କୌତୁହଳ ସୃଷ୍ଟିହେଲା। ଏକାଧିକ ଚାମୋଚ ଓ ଟଙ୍କିକିଆ ମୁଦ୍ରାକୁ ଶରୀରରେ ଲଗାଇବା ପରେ ଲାଖି ରହିଥିଲା। ଶ୍ରୀ ମହାପାତ୍ର ଗତ ମାର୍ଚ୍ଚମାସରୁ ଦୁଇ ପାନ ଟିକା ନେଇସାରିଛନ୍ତି। କିନ୍ତୁ ଆଜି ହଠାତ୍ ତାଙ୍କ ଶରୀରରେ ଚୁମ୍ବକିୟ କ୍ଷେତ୍ର ସୃଷ୍ଟିହେବା ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଟୀକାନେବା ପରେ ଏଭଳି ହୋଇଥିବାବର ଅନୁମାନ କରୁଛନ୍ତି। ଘଟଣା ସଂପର୍କରେ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କୁ ପଚାରିବାରୁ କରେନା ଟିକା ନେବା ପରେ ଏଭଳି ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହେବା କଥା କହିବା ସମୀଚିନ ନୁହେଁ। ଅଧିକ ପରୀକ୍ଷା କରାଗଲାପରେ କ’ଣ ପାଇଁ ଶରୀରରେ ଚାମୋଚ, ଥାଳିଆ ଓ ଖୁଚୁରାମୁଦ୍ରା ଲାଗିରହୁଛି ତାହା ଜଣାପଡିବ ବୋଲି କହିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories