www.samajalive.in
Friday, December 5, 2025
26.1 C
Bhubaneswar

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ

ଅନୁଗୁଳ: ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସାମ୍ବାଦିକ ପ୍ରଦୀପ ଘିୱ।ଲାଙ୍କ ପରଲୋକ ହୋଇଛି। ସେ ସପ୍ତାହେ ପୁର୍ବେ କରୋନା ସଂକ୍ରମିତ ହୋଇ ପ୍ରଥମେ ତାଳଚେର କୋଭିଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅମ୍ଳଜାନ ସ୍ତର କମି  ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଛି। ସେ ଜଣେ ନିର୍ଭୀକ, କର୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ପରିଚିତ ଥିଲେ। ବିଭିନ୍ନ ଖବରକାଗଜ ରେ କାମ କରିବା ସହ କିଛି ମାସ ହେବ “ବଡ଼ଖବର” ଟିଭି ର ଆଠମଲ୍ଲିକ ପ୍ରତିନିଧି ଭାବେ କାମ କରୁଥିଲେ। ଏଥିସହ ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ହୋଇ ସମାଜସେବା କାର୍ୟ୍ୟ ରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର ପତ୍ନୀ ଓ ଏକମାତ୍ର ଝିଅ ରହିଛନ୍ତି। ତାଙ୍କ ପତ୍ନୀ କରୋନା ସଂକ୍ରମିତ ଥିବା ଜଣାଯାଇଛି। ତାଙ୍କ ଅକାଳ ବିୟୋଗ ରେ ଅନୁଗୁଳ ଜିଲ୍ଲାର ସାମ୍ବାଦିକ ସମୂହ ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories